ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ବାଘଡ଼ି ନଦୀରେ ଖସିଲା କାର୍‌, ୩ ମୃତ
ମୁମ୍ବାଇ, ୨ ଜୁନ୍ (ହି.ସ.)- ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ବଡେଗାଁଓ-ବାଲାପୁର ରାସ୍ତାରେ ରହିଥିବା ବାଘଡ଼ି ନଦୀର ପୋଲରୁ ଏକ କାର୍ ଗତକାଲି ରାତିରେ ପାଣିରେ ଖସିପଡିଛି । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଅକୋଲା ସରକାରୀ ଡା
ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ବାଘଡ଼ି ନଦୀରେ ଖସିଲା କାର୍‌, ୩ ମୃତ


ମୁମ୍ବାଇ, ୨ ଜୁନ୍ (ହି.ସ.)- ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ବଡେଗାଁଓ-ବାଲାପୁର ରାସ୍ତାରେ ରହିଥିବା ବାଘଡ଼ି ନଦୀର ପୋଲରୁ ଏକ କାର୍ ଗତକାଲି ରାତିରେ ପାଣିରେ ଖସିପଡିଛି । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଅକୋଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅକୋଲା ପୋଲିସ ସୋମବାର ସକାଳେ ନଦୀରୁ ଦୁର୍ଘଟଣାଗ୍ରସ୍ତ କାର୍ କୁ ଉଦ୍ଧାର କରିଛି ।

ପୋଲିସର ସୂଚନା ଅନୁସାରେ, ଅକୋଲା ଜିଲ୍ଲାର ବାଲାପୁର ନିବାସୀ କିଛି ଲୋକ ରବିବାର ରାତିରେ କାର୍ ଯୋଗେ ବଡେଗାଁଓରୁ ନିଜ ଘରକୁ ଫେରୁଥିଲେ । ହଠାତ୍ ବାଘଡ଼ି ନଦୀ ପୋଲ ଉପରେ କାର୍ ର ଟାୟାର ପମ୍ପଚର୍ ହୋଇଯାଇଥିଲା । ଫଳରେ କାର୍ ଟି ଭାରସାମ୍ୟ ହରାଇ ପୋଲର ପାଶ୍ୱର୍ ବାଡଭାଙ୍ଗି ନଦୀ ମଧ୍ୟକୁ ଖସି ପଡିଥିଲା । ଏହି ଘଟଣାର ସୂଚନା ପାଇବା ପରେ ସୋମବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା । ଏବଂ ନଦୀରେ ଖସିପଡିଥିବା କାର୍ ଏବଂ କାର୍ ରେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande