ଭୁବନେଶ୍ୱର, ୦୨ ଜୁନ (ହି.ସ) - ଷ୍ଟାଭାଙ୍ଗରରେ ଚାଲିଥିବା ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଂଟରେ ବିଶ୍ୱ ନମ୍ବର ୧ ମ୍ୟାଗନସ୍ କାର୍ଲସେନଙ୍କ ବିପକ୍ଷରେ ଐତିହାସିକ ବିଜୟ ପାଇଁ ସୋମବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଚେସ୍ ଖେଳାଳି ଡି. ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଗୁକେଶଙ୍କ ସଫଳତାକୁ ପ୍ରଶଂସା କରି ଏହାକୁ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱ ନମ୍ବର ୧ ମ୍ୟାଗନସ୍ କାର୍ଲସେନଙ୍କ ବିପକ୍ଷରେ ପ୍ରଥମ ଐତିହାସିକ ବିଜୟ ପାଇଁ ଗୁକେଶଙ୍କୁ ହୃଦୟରୁ ଅଭିନନ୍ଦନ। ଏହି ବିଜୟ କେବଳ ଗୁକେଶଙ୍କ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଂଟ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ। ଗୁକେଶ ବିଶ୍ୱକୁ ଦେଖାଇଛନ୍ତି ଯେ, ଆତ୍ମବିଶ୍ୱାସ ଏବଂ ନିଷ୍ଠା କ'ଣ ହାସଲ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତୀୟ ଚେସରଙ୍କ ଭବିଷ୍ୟତ ହୋଇ ଉଜ୍ଜ୍ୱଳ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା