ଅହମଦାବାଦ ସହରରେ କରୋନାରେ ପ୍ରଥମ ମୃତ୍ୟୁ
ନୂଆଦିଲ୍ଲୀ, ୨ ଜୁନ୍ (ହି.ସ.)- ଗୁଜୁରାଟର ଅହମଦାବାଦ ସହରରେ କରୋନା ଭାଇରସ୍ ରେ ପ୍ରଥମ ମୃତ୍ୟୁ ହୋଇଛି । ଫଳରେ ୩ ବର୍ଷ ପରେ ପୁଣି ଥରେ ଚିନ୍ତା ବଢାଇଛି କରୋନା । ମହିଳାଙ୍କୁ ମଇ ୨୩ ତାରିଖରେ ମଣିପୁର ସ୍ଥିତ ଏଲଜି ହସ୍ପିଟାଲରେ ଭର୍ତି କରାଯାଇଥିଲା । ମହିଳା ଜଣଙ୍କର ପୂର୍ବରୁ ଉଚ୍ଚରକ୍ତଚାପ ଏବଂ ହାଇପର
ଅହମଦାବାଦ ସହରରେ କରୋନାରେ ପ୍ରଥମ ମୃତ୍ୟୁ


ନୂଆଦିଲ୍ଲୀ, ୨ ଜୁନ୍ (ହି.ସ.)- ଗୁଜୁରାଟର ଅହମଦାବାଦ ସହରରେ କରୋନା ଭାଇରସ୍ ରେ ପ୍ରଥମ ମୃତ୍ୟୁ ହୋଇଛି । ଫଳରେ ୩ ବର୍ଷ ପରେ ପୁଣି ଥରେ ଚିନ୍ତା ବଢାଇଛି କରୋନା । ମହିଳାଙ୍କୁ ମଇ ୨୩ ତାରିଖରେ ମଣିପୁର ସ୍ଥିତ ଏଲଜି ହସ୍ପିଟାଲରେ ଭର୍ତି କରାଯାଇଥିଲା । ମହିଳା ଜଣଙ୍କର ପୂର୍ବରୁ ଉଚ୍ଚରକ୍ତଚାପ ଏବଂ ହାଇପରଟେନସନ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା ।

ଅହମଦାବାଦ ମହାନଗର ପାଳିକା (ଏଏମସି)ର ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଭାବିନ ସୋଲଙ୍କୀ କହିଛନ୍ତି ଯେ, ଦାଣିଲିମଡ଼ା ନିବାସୀ ସମ୍ପୃକ୍ତ ମହିଳା ଜଣକ ୨ ଦିନ ପୂର୍ବରୁ ହାଇପରଟେନସନ୍ କୁ ନେଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ଚିକିତ୍ସା ସମୟରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏବଂ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ସହିତ ଜଡ଼ିତ ଅନ୍ୟ ସୂଚନା ଗୁଡିକୁ ଏକାଠି କରାଯାଉଛି । ସହରରେ କରୋନା ସଂକ୍ରମଣଜନିତ ଏହା ପ୍ରଥମ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande