ରାଜସ୍ଥାନରେ ପାଗରେ ପରିବର୍ତ୍ତନ ,ଝଡ ଏବଂ ବର୍ଷା ଯୋଗୁଁ ଗରମରେ ବ୍ରେକ
ଜୟପୁର 2 ଜୁନ (ହି.ସ)-ରାଜସ୍ଥାନରେ ପାଗରେ ପୁଣି ପରିବର୍ତ୍ତନ ଆରମ୍ଭ ହୋଇଛି।ପାଣିପାଗ ବିଭାଗ ଅନୁସାରେ ସୋମବାରରୁ ରାଜ୍ୟରେ ଏକ ନୁତନ ପଶ୍ଚିମୀ ବାୟୁ ସକ୍ରିୟ ହୋଇଛି।ଏହାର ପ୍ରଭାବରେ ବୀକାନେର,ଜୋଧପୁର,ଅଜମେର,ଜୟପୁର ,ଭରତପୁର,କୋଟା ଏବଂ ଉଦୟପୁର ଡିଭିଜନରେ ଦୁଇରୁ ପାଞ୍
ରାଜସ୍ଥାନରେ ପାଗରେ ପରିବର୍ତ୍ତନ ,ଝଡ ଏବଂ ବର୍ଷା ଯୋଗୁଁ ଗରମରେ ବ୍ରେକ


ଜୟପୁର 2 ଜୁନ

(ହି.ସ)-ରାଜସ୍ଥାନରେ ପାଗରେ ପୁଣି ପରିବର୍ତ୍ତନ ଆରମ୍ଭ ହୋଇଛି।ପାଣିପାଗ ବିଭାଗ ଅନୁସାରେ ସୋମବାରରୁ ରାଜ୍ୟରେ ଏକ ନୁତନ ପଶ୍ଚିମୀ ବାୟୁ ସକ୍ରିୟ ହୋଇଛି।ଏହାର

ପ୍ରଭାବରେ ବୀକାନେର,ଜୋଧପୁର,ଅଜମେର,ଜୟପୁର ,ଭରତପୁର,କୋଟା ଏବଂ ଉଦୟପୁର ଡିଭିଜନରେ ଦୁଇରୁ

ପାଞ୍ଚ ଜୁନ ପର୍ଯ୍ୟନ୍ତ ଅପରାହ୍ନରେ ପ୍ରବଳ ଝଡ ଏବଂ ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ

ବିଭାଗ ଦୁଇ ଜୁନରେ ରାଜ୍ୟର 30 ଜିଲ୍ଲାରେ ବର୍ଷା ସତର୍କ ସୁଚନା ଜାରି କରିଛି।ଏଥିରେ ଜୟପୁର

ସମେତ 17 ଜିଲ୍ଲା ପାଇଁ ଅରେଞ୍ଜ ଆର୍ଲଟ ଥିବାବେଳେ 13 ଜିଲ୍ଲା ପାଇଁ ୟେଲୋ ଆର୍ଲଟ ଜାରି

କରାଯାଇଛି।ରବିବାର ରାଜ୍ୟର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀରୁ ତଳେ ରହିଥିଲା।ସର୍ବାଧିକ

ଗରମ ଜୈସଲମେର ଯେଉଁଠାରେ ତାପମାତ୍ରା 41 ଡିଗ୍ରୀ ରେକର୍ଡ କରାଯାଇଥିଲା।।ଜୟପୁର ,କୋଟା ,ଚୁରୁ

,ବାଡମେର ଏବଂ ବୀକାନେର ଭଳି ସହରରେ ତାପମାତ୍ରା 40 ଡିଗ୍ରୀ ପାଖାପାଖି ରହିଥିଲା।ସେହି ସମୟରେ

ବୀକାନେର ଏବଂ ଚୁରୁରେ ଦିନର ତାପମାତ୍ରା ସର୍ବନିମ୍ନ 30.7 ଡିଗ୍ରୀ ରହିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande