ଆଇଜୋଲ, 2 ଜୁନ୍ (ହି.ସ.)
- ମଣିପୁରର
ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ଭୋର ସମୟରେ ମଧ୍ୟମ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଖବର
ଅନୁଯାୟୀ, ରାତି 2ଟା 55ମିନିଟ 39ସେକେଣ୍ଡରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।
ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା 3.5 ମାପାଯାଇଛି। ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ହୋଇଥିବା
ନେଇ ସୂଚନା ମିଳିନାହିଁ।
ଭାରତୀୟ ଭୂକମ୍ପ ବିଜ୍ଞାନ
କେନ୍ଦ୍ର ଅନୁଯାୟୀ,
ଭୂକମ୍ପର କେନ୍ଦ୍ର ଭାରତ ଓ ମିଆଁମାର ସୀମାବର୍ତ୍ତୀ
ଚୁରାଚାନ୍ଦପୁର ଜିଲ୍ଲାରେ ଭୂପୃଷ୍ଠରୁ 15 କି.ମି. ତଳେ ଥିଲା। ଏହି ଭୂକମ୍ପର ଏପିକ ସେଣ୍ଟର୍
24.08 ଉତ୍ତର ଅକ୍ଷାଂଶ ଓ 93.61 ପୂର୍ବ ଦେଶାଂତରରେ ଅବସ୍ଥିତ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା