ଜାମ୍ମୁ 2 ଜୁନ ଶ୍(ହି.ସ)-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଶ୍ରୀ ମାତା ବୈଷ୍ଣୋ ଦେବୀଜୀଙ୍କ ମନ୍ଦିରର ମୁଳ ଶିବିର କଟରାରୁ କାଶ୍ମୀର ପାଇଁ
ଟ୍ରେନ ସେବା ଉଦଘାଟନ 6 ଜୁନରେ କରିବେ।ଏହାପରେ କଟରା ଏବଂ ବାରାମୁଳା ମଧ୍ୟରେ ବନ୍ଦେ ଭାରତ
ଟ୍ରେନ ଚାଲିବା ଆରମ୍ଭ ହେବ।ଅଧିକାରୀମାନେ କହିଛନ୍ତି ଯେ କାଶ୍ମୀରକୁ ଟ୍ରେନ ସେବାର ଶୁଭାରମ୍ଭ
କରିବା ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ 6 ଜୁନରେ ଘାଟି ପାଇଁ ପ୍ରଥମ
ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିପାରନ୍ତି।ଟ୍ରେନ ସେବାର ଶୁଭାରମ୍ଭ 19 ଅପ୍ରେଲରେ
ହେବାର ଥିଲା କିନ୍ତୁ ସେହି ଦିନ ଖରାପ ପାଗ ପୁର୍ବାନୁମାନକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ
ରଖାଯାଇଥିଲା।ଅଧିକାରୀମାନେ କହିଛନ୍ତି ଯେ 3 ଜୁଲାଇରୁ ଆରମ୍ଭ ହୋଇ 9 ଅଗଷ୍ଟ ପର୍ଯ୍ୟନ୍ତ ଆରମ୍ଭ
ହେବାକୁ ଥିବା ଶ୍ରୀ ଅମରନାଥ ଜୀଙ୍କ ତୀର୍ଥଯାତ୍ରା ପାଇଁ ଏହି ମାର୍ଗ ଖୋଲିବା ଉପଯୋଗୀ ସାବ୍ୟସ୍ତ
ହୋଇପାରେ।ବିଶେଷକରି ଯେତେବେଳେ ଏହି ରୁତୁରେ ଶୀଘ୍ର ଏବଂ ପ୍ରବଳ ମୌସୁମୀ ଆସିବାର ରିପୋର୍ଟ ଆସୁଛି ଯାହା
ରାମବନ ଏବଂ ବନିହାଲର ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ଅବରୋଧ ହୋଇପାରେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା