ମୁମ୍ବାଇ 2 ଜୁନ (ହି.ସ)-ମହାରାଷ୍ଟ୍ର
ଏଟୀଏସ (ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ)ସୋମବାର ସକାଳେ ଠାଣେ ଜିଲ୍ଲାର ଭିୱଣ୍ଡୀ
ସହରରେ ଅବସ୍ଥିତ ବୋରୀବଲୀ ଗ୍ରାମ ପଡଘାରେ ଆତଙ୍କବାଦ ସହ ଜଡିତ ଏକ ମାମଲାରେ ଚଢାଉ
କରିଛନ୍ତି।ବର୍ତ୍ତମାନ ଏଠାରେ ଚଢାଉ ଜାରି ରହିଛି
ଏବଂ କୁହାଯାଉଛି ଯେ ପ୍ରାୟ ଆଠଜଣଙ୍କୁ ଅଟକ ରଖାଯାଇଛି।ଏହି ମାମଲା ବିଷୟରେ ଏଟୀଏସ
ଆନୁଷ୍ଠାନିକ ସୁଚନା ଦେଇନାହିଁ,କିନ୍ତୁ ସୁଚନା ମିଳିଛି ଯେ ଘଟଣାସ୍ଥଳରୁ ଏଟିଏସର ଆତଙ୍କବାଦ ସହ
ଜଡିତ ଡିଜିଟାଲ ପ୍ରମାଣ ମିଳିଛି।ସୁତ୍ର ଅନୁସାରେ ମହାରାଷ୍ଟ୍ର ଏଟୀଏସକୁ ଭିୱଣ୍ଡି ସହରର
ବୋରୀବଳୀ ଗ୍ରାମ ଏବଂ ପଡଘା ଅଞ୍ଚଳରେ ଆତଙ୍କବାଦୀ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ସୁଚନା
ମିଳିଥିଲା।ଏହି କାରଣରୁ ଏଟୀଏସ ଟିମ ଆଜି ସକାଳ ପ୍ରାୟ ପାଞ୍ଚଟା ସମୟରେ ଏକକାଳୀନ ଅନେକ ଘରେ
ଚଢାଉ ଆରମ୍ଭ କରିଛି।ଚଢାଉ ସମୟରେ ଏଟୀଏସ ସହିତ ପ୍ରାୟ ଚାରିଶହରୁ ଅଧିକ ପୋଲିସକର୍ମୀ ମଧ୍ୟ
ଉପସ୍ଥିତ ଅଛନ୍ତି,ଯେପରି କୌଣସି ଅପ୍ରିତିକର ଘଟଣା ନ ଘଟେ।ଏହି ଚଢାଉ ସମୟରେ ଏଟୀଏସ 2003
ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ଏବଂ ସିମୀ (ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ)ର
ପୁର୍ବ ପଦାଧିକାରୀ ସାକିବ ନାଚନଙ୍କ ଘର ମଧ୍ୟ ସର୍ଚ୍ଚ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା