ନୂଆଦିଲ୍ଲୀ, 2 ଜୁନ୍ (ହି.ସ.)- ତେଲେଙ୍ଗାନା
ସ୍ଥାପନା ଦିବସର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତେଲେଙ୍ଗାନା ରାଜ୍ୟ ଦିବସରେ ଏହି ରାଜ୍ୟର
ଲୋକମାନଙ୍କୁ ଶୁଭେଚ୍ଛା।
ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ, ଏହି ରାଜ୍ୟ ଜାତୀୟ ପ୍ରଗତିରେ ଅସଂଖ୍ୟ ଅବଦାନ ଦେଇଛି। ଗତ ଦଶନ୍ଧି ଧରି, ଏନଡିଏସରକାର ରାଜ୍ୟବାସୀଙ୍କ ପାଇଁ ‘ଜୀବନ ଜୀବିକାର ସହଜତା’ ବଢ଼ାଇବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର
ଲୋକମାନେ ସଫଳତା ଓ ସମୃଦ୍ଧି ସହିତ ଆଶୀର୍ବାଦ ପାଉନ୍ତୁ—ଏହି ମୋର କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା