ଉତ୍ତର ସିକ୍କିମରେ ଫସି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ
ଗ୍ୟାଙ୍ଗଟକ 2 ଜୁନ (ହି.ସ)-ଉତ୍ତର ସିକ୍କିମରେ ଫସି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ସୋମବାର ସକାଳୁ ଆରମ୍ଭ ହୋଇଛି।29 ମଇ ରାତିରୁ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ସିକ୍କିମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଭୁସ୍ଗଳନ ହୋଇଥିଲା ,ଯାହାଫଳରେ ଯାନ
ଉତ୍ତର ସିକ୍କିମରେ ଫସି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ


ଗ୍ୟାଙ୍ଗଟକ 2 ଜୁନ

(ହି.ସ)-ଉତ୍ତର ସିକ୍କିମରେ ଫସି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ସୋମବାର ସକାଳୁ

ଆରମ୍ଭ ହୋଇଛି।29 ମଇ ରାତିରୁ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ସିକ୍କିମକୁ ସଂଯୋଗ କରୁଥିବା ମୁଖ୍ୟ

ରାସ୍ତାର ବିଭିନ୍ନ ସ୍ଥାନରେ ଭୁସ୍ଗଳନ ହୋଇଥିଲା ,ଯାହାଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ହୋଇଥିଲା।ଯାତାୟତ ବନ୍ଦ ହେବା ଯୋଗୁଁ ଉତ୍ତର ସିକ୍କିମର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାକୁ

ଯାଇଥିବା ହଜାର ହଜାର ପର୍ଯ୍ୟଟକ ଫସି ରହିଥିଲେ। ସୋମବାର ସକାଳ ପ୍ରାୟ 8ଟା ସମୟରେ ମଙ୍ଗନ

ଜିଲ୍ଲା ପ୍ରଶାସନଙ୍କ ନେତୃତ୍ୱରେ ପୋଲିସ ,ସେନା ,ବିଆରଓ,ଆଇଟିବିପି ,ବନବିଭାଗ,ପର୍ଯ୍ୟଟନ

ଅଂଶୀଦାର ସଂଗଠନ ଏବଂ ଡ୍ରାଇଭର ସଂଗଠନର ମିଳିତ ଉଦ୍ୟମରେ ଫସି ରହିଥିବାପର୍ଯ୍ୟଟକମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।ଜିଲ୍ଲା

ମାଜିଷ୍ଟ୍ରେଟ ଅନନ୍ତ ଜୈନ ନିଜେ ପର୍ଯ୍ୟଟକ ଯାନବାହାନର କାଫିଲେର ନେତୃତ୍ୱ ନେଇଥିଲେ।1678

ପର୍ଯ୍ୟଟକଙ୍କୁ ନେଇ ପ୍ରାୟ 284 ଗାଡି ପ୍ରସ୍ଥାନ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande