ୱାଶିଂଟନ, 20 ଜୁନ୍ (ହି.ସ.)- ଇସ୍ରାଏଲ ଓ ଇରାନ ମଧ୍ୟରେ ବୃଦ୍ଧି ହେଉଥିବା ସାମରିକ ସଂଘର୍ଷକୁ ଦୃଷ୍ଟିରେ ରଖି,
ଦୁଇଟି
ପ୍ରମୁଖ ଆମେରିକୀୟ ବିମାନ ସେବା କମ୍ପାନୀ – ୟୁନାଇଟେଡ୍ ଏୟାରଲାଇନ୍ସ ଓ ଆମେରିକାନ୍
ଏୟାରଲାଇନ୍ସ – ମଧ୍ୟପ୍ରାଚ୍ୟକୁ ଯାଉଥିବା ତାଙ୍କର ଯାତ୍ରୀ ବିମାନ ଉଡ଼ାଣକୁ ସାମୟିକ
ଭାବେ ବନ୍ଦ କରିଦେଇଛନ୍ତି।
ୟୁନାଇଟେଡ୍ ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି: “ଏହି ଅଞ୍ଚଳରେ ଚାଲୁଥିବା
ସଂଘର୍ଷକୁ ଦେଖି, ଆମେ ନ୍ୟୁୟର୍କ ଓ ଦୁବାଇ ମଧ୍ୟରେ ହେଉଥିବା ଦୈନିକ ବିମାନ ଉଡ଼ାଣକୁ
ଏହି ସମୟରେ ବନ୍ଦ କରୁଛୁ।” ଏହି ବିମାନ ସେବା କମ୍ପାନୀ ଏହିଥିରେ
ଏହାମଧ୍ୟ କହିଛି ଯେ ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଓ ଯାତ୍ରୀମାନେ ଯେଉଁ ସହଯୋଗ
ଆବଶ୍ୟକ, ତାହା ସମ୍ଭବ ସହଯୋଗ ଦେବେ।
ସେହିପରି, ଆମେରିକନ୍ ଏୟାରଲାଇନ୍ସ ମଧ୍ୟ କତାରର ରାଜଧାନୀ ଦୋହା ଓ ଫିଲାଡେଲଫିଆ
ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ମଧ୍ୟରେ ତାଙ୍କର ବିମାନ ସେବା ସମ୍ବନ୍ଧୀୟ ସୂଚୀରେ ପରିବର୍ତ୍ତନ
କରିଛି। ବିମାନ କମ୍ପାନୀ ସୂଚନା ଦେଇଛି ଯେ ବୁଧବାର ଦୋହାରୁ ଫିଲାଡେଲଫିଆକୁ ଯାଉଥିବା ଏକ ବିମାନ
ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଯାଇଛି, ଏବଂ ଅନ୍ୟାନ୍ୟ ସେବାଗୁଡ଼ିକୁ ୨୨ ଜୁନ୍
ପର୍ଯ୍ୟନ୍ତ ସାମୟିକ ଭାବେ ସମଯୋଜନ କରାଯାଉଛି।
ଆମେରିକନ୍ ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି: “ଆମେ ସୁରକ୍ଷା ଓ
ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛୁ। ପରିସ୍ଥିତି ଉପରେ ନଜର ରଖିବା ସହିତ ଆବଶ୍ୟକ
ପଡ଼ିଲେ ଆଗାମୀ ଦିନରେ ଆମ ସେବାରେ ଅଧିକ ପରିବର୍ତ୍ତନ କରିବାକୁ ମଧ୍ୟ ଆମେ ପ୍ରସ୍ତୁତ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା