ନୂଆଦିଲ୍ଲୀ, 20 ଜୁନ୍ (ହି.ସ.)
- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ଓ ଆସନ୍ତାକାଲି ଦେଶର ତିନିଟି ରାଜ୍ୟ – ବିହାର, ଓଡ଼ିଶା ଓ
ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଆଜି ବିହାରର ସିୱାନ ଯିବେ ଓ ଦ୍ୱିପ୍ରହର ୧୨ଟା ଭିତରେ ଅନେକ ବିକାଶମୂଳକ
ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ସନ୍ଦର୍ଭରେ ସେ ଏକ ସାଧାରଣ ସଭାକୁ ମଧ୍ୟ
ସମ୍ବୋଧନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ
ମୋଦି ଓଡ଼ିଶାର ଭୁବନେଶ୍ୱର ଯିବେ ଓ ସନ୍ଧ୍ୟା
୪:୧୫ଟାରେ ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ
କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ସେ ୧୮,୬୦୦ କୋଟି ଟଙ୍କାଠାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ମଧ୍ୟ ସମ୍ବୋଧନ କରିବେ।
ଆସନ୍ତାକାଲି ଶନିବାର ପ୍ରଭାତ
୬:୩୦ଟାରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ରେ ଆନ୍ତର୍ଜାତୀୟ ଯୋଗ ଦିବସ
ଉପଲକ୍ଷେ ଆୟୋଜିତ ସାମୂହିକ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା