ଅଣ୍ଡର-୯ ଓପନ୍ ଚେସ୍ ଚାମ୍ପିଅନ ସାତ୍ୱିକ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୨୧ ଜୁନ (ହି.ସ)- ଅଣ୍ଡର-୯ ଓପନ୍ ଚେସ୍ ଚାମ୍ପିଅନସିପ୍ ଟାଇଟଲ୍ ଅର୍ଜନ କରିଥିବା ସାତ୍ୱିକ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଅଣ୍ଡର-୯ ଓପନ୍ ଚେସ୍ ଚାମ୍ପିଅନସିପ୍ ଟାଇଟଲ୍ ଅର୍ଜନ କରି ଜାତୀୟ ସ୍ତରରେ ରାଜ୍ୟକୁ ଗୌରବାନ
ଅଣ୍ଡର-୯ ଓପନ୍ ଚେସ୍ ଚାମ୍ପିଅନ ସାତ୍ୱିକ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର,୨୧ ଜୁନ (ହି.ସ)- ଅଣ୍ଡର-୯ ଓପନ୍ ଚେସ୍ ଚାମ୍ପିଅନସିପ୍ ଟାଇଟଲ୍ ଅର୍ଜନ କରିଥିବା ସାତ୍ୱିକ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଅଣ୍ଡର-୯ ଓପନ୍ ଚେସ୍ ଚାମ୍ପିଅନସିପ୍ ଟାଇଟଲ୍ ଅର୍ଜନ କରି ଜାତୀୟ ସ୍ତରରେ ରାଜ୍ୟକୁ ଗୌରବାନ୍ୱିତ କରିଥିବା କନିଷ୍ଠ ଚେସ୍ ପ୍ରତିଭା ସାତ୍ୱିକ ସ୍ୱାଇଁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ସ୍ୱଳ୍ପ ବୟସରେ ତାଙ୍କ କଠିନ ପରିଶ୍ରମ, ତୀକ୍ଷ୍ଣ ବୁଦ୍ଧିମତା ଓ ମାନସିକ ସ୍ଥିରତା ସମସ୍ତଙ୍କ ପାଇଁ ଏକ ପ୍ରେରଣା । ନିରନ୍ତର ପ୍ରୋତ୍ସାହନ ଓ ଅବିଚଳ ସମର୍ଥନ ଦ୍ୱାରା ସାତ୍ୱିକଙ୍କ ସଫଳତାର ପଥ ପ୍ରଶସ୍ତ କରିଥିବା ତାଙ୍କ ପିତାମାତା ଓ ପ୍ରଶିକ୍ଷକମାନଙ୍କୁ ମଧ୍ୟ ମୋର ଆନ୍ତରିକ ଶୁଭେଚ୍ଛା। ସାତ୍ୱିକଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହ ଉତରୋତର ଉନ୍ନତି କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande