ନୂଆଦିଲ୍ଲୀ, 21 ଜୁନ୍ (ହି.ସ.)
- ଅହମଦାବାଦ
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଡିଜିସିଏ ବିମାନ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ
ପଦକ୍ଷେପ ଗ୍ରହଣ କରିଛି। ଶନିବାର ଡିଜିସିଏଏକ
ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଏୟାରଲାଇନ୍ସ କମ୍ପାନୀକୁ
ଚାଳକ ଦଳର ସିଡ୍ୟୁଲିଂ, ନିୟମ ଅନୁସରଣ ନିରୀକ୍ଷଣ, ଓ ଆନ୍ତରିକ ଉତରଦାୟୀରେ ପ୍ରଣାଳୀଗତ ବିଫଳତା ପାଇଁ ଜଣେ ବରିଷ୍ଠ ଉଡାଣ
ସଂଚାଳନ ଅଧିକାରୀଙ୍କ ସହିତ ତିନି ବରିଷ୍ଠ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ।
ଔପଚାରିକ ସୂତ୍ର ମୁତାବକ
ଡିଜିସିଏଏୟାର ଇଣ୍ଡିଆକୁ ଏହି
ତିନିଜଣ ଅଧିକାରୀଙ୍କୁ କ୍ରୁ ସିଡ୍ୟୁଲିଂ ଓ ରୋଷ୍ଟରିଂ ସହ ସଂପର୍କିତ ସମସ୍ତ ଭୂମିକା ଓ ଦାୟିତ୍ୱରୁ
ସଂପୂର୍ଣ୍ଣ ଭାବେ ହଟାଇବାକୁ ନିର୍ଦ୍ଦେଶ ଦେଇଛି । ଡିଜିସିଏ 20 ଜୁନରେ
ଜାରି କରାଯାଇଥିବା ନିର୍ଦ୍ଦେଶରେ ଏୟାର ଇଣ୍ଡିଆକୁ ଏହି ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ
ଆନ୍ତରିକ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ କହିଛି। ଡିଜିସିଏଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ଏହି ତିନିଜଣ ଅଧିକାରୀଙ୍କ ମଧ୍ୟରେ ଏୟାରଲାଇନ୍ର ଜଣେ ଡିଭିଜନାଲ୍
ଭାଇସ୍ ପ୍ରେସିଡେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା