ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ ବିଶ୍ୱକପ୍ ୨୦୨୬ ପାଇଁ ଯୋଗ୍ୟତା ହାସଲ କଲା କାନାଡା
ନୂଆଦିଲ୍ଲୀ, ୨୨ ଜୁନ୍ (ହି.ସ.)- କାନାଡା କ୍ରିକେଟ୍ ଦଳ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍ ୨୦୨୬ ପାଇଁ ଯୋଗ୍ୟତା ହାସଲ କରିଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ଅଫିସିଆଲ ୱେବସାଇଟ୍ ଅନୁଯାୟୀ, ଆମେରିକା ଯୋଗ୍ୟତା ପର୍ଯ୍ୟାୟର ଆୟୋଜକ
ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ ବିଶ୍ୱକପ୍ ୨୦୨୬ ପାଇଁ ଯୋଗ୍ୟତା ହାସଲ କଲା କାନାଡା


ନୂଆଦିଲ୍ଲୀ, ୨୨ ଜୁନ୍ (ହି.ସ.)- କାନାଡା କ୍ରିକେଟ୍ ଦଳ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍ ୨୦୨୬ ପାଇଁ ଯୋଗ୍ୟତା ହାସଲ କରିଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ଅଫିସିଆଲ ୱେବସାଇଟ୍ ଅନୁଯାୟୀ, ଆମେରିକା ଯୋଗ୍ୟତା ପର୍ଯ୍ୟାୟର ଆୟୋଜକ ବାହାମାସ ବିପକ୍ଷରେ ବିଜୟୀ ହୋଇ ଟୁର୍ଣ୍ଣାମେଂଟରେ ନିଜର ସ୍ଥାନ ସୁରକ୍ଷିତ କରିଛି । ଯାହା ଚଳିତ ଅଭିଯାନରେ ସେମାନଙ୍କର କ୍ରମାଗତ ପଂଚମ ବିଜୟ ।

ଆଇସିସି ୱେବସାଇଟ୍ ଅନୁଯାୟୀ, କଲିମ୍ ସାନା ଏବଂ ଶିବମ୍ ଶର୍ମା ପ୍ରତ୍ୟେକ ତିନୋଟି ୱିକେଟ୍ ନେଇଥିଲେ, ଯାହା କାନାଡା ବାହାମାସକୁ ମାତ୍ର ୫୭ ରନରେ ଅଲଆଉଟ୍ କରିବାରେ ସାହାଯ୍ୟ କରିଥିଲା । ଏହା ପରେ, ଏହି ଛୋଟ ଲକ୍ଷ୍ୟକୁ କାନାଡା ବ୍ୟାଟସମ୍ୟାନମାନେ ମାତ୍ର ୫.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିଥିଲେ । କାନାଡା ବ୍ୟାଟସମ୍ୟାନ୍ ଦିଲପ୍ରୀତ ବାଜୱା ୧୪ ବଲ୍ ରୁ ଅପରାଜିତ ୩୬ ରନ ସଂଗ୍ରହ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande