ଉତରାଖଣ୍ଡରେ ଟ୍ରଲି ସହିତ ଧକ୍କାହେଲା କାର୍‌, ହରିୟାଣାର ଚାରି ଜଣଙ୍କର ମୃତ୍ୟୁ
ଡେରାଡୁନ୍‌, ୨୨ ଜୁନ୍ (ହି.ସ.)- ରବିବାର ଭୋର୍ ସମୟରେ ଉତର ପ୍ରଦେଶର ସହାରନପୁରରୁ ଡେରାଡୁନ୍ ଆସୁଥିବା ଏକ କାର କ୍ଲେମେଂଟାଉନ୍ ଥାନା ଅନ୍ତର୍ଗତ ଆଶାରୋଡି ନିକଟରେ ଏକ ସିମେଂଟ ବୋଝେଇ ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ହରିୟାଣାର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛ
ଉତରାଖଣ୍ଡରେ ଟ୍ରଲି ସହିତ ଧକ୍କାହେଲା କାର୍‌, ହରିୟାଣାର ଚାରି ଜଣଙ୍କର ମୃତ୍ୟୁ


ଡେରାଡୁନ୍‌, ୨୨ ଜୁନ୍ (ହି.ସ.)- ରବିବାର ଭୋର୍ ସମୟରେ ଉତର ପ୍ରଦେଶର ସହାରନପୁରରୁ ଡେରାଡୁନ୍ ଆସୁଥିବା ଏକ କାର କ୍ଲେମେଂଟାଉନ୍ ଥାନା ଅନ୍ତର୍ଗତ ଆଶାରୋଡି ନିକଟରେ ଏକ ସିମେଂଟ ବୋଝେଇ ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ହରିୟାଣାର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ପ୍ରାୟ ରାତି ତିନିଟା ସମୟରେ ଘଟିଥିଲା । ଏକ ମାରୁତି ରିଟ୍‌ଜା କାର୍ (ଏଚଆର ୪୨ ଇ-୨୭୦୧) ସହାରନପୁରରୁ ଡେରାଡୁନ୍ ଅଭିମୁଖେ ଆସୁଥିଲା । ଏହି ସମୟରେ, ଆଶାରୋଡି ନିକଟରେ କାରଟି ଆଗରେ ଯାଉଥିବା ଏକ ସିମେଂଟ ବୋଝେଇ ଟ୍ରଲି (ଏଚଆର-୬୩ ଏଫ-୫୩୫୩) ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାରରେ ଥିବା ସମସ୍ତ ପାଂଚ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ କରୋନେସନ୍‌/ଡୁନ୍ ହସ୍ପିଟାଲକୁ ପଠାଯାଇଥିଲା, ସେଠାରେ ଡାକ୍ତରମାନେ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande