ଇସଲମାବାଦ, 22 ଜୁନ୍ (ହି.ସ.)
- ପାକିସ୍ତାନର
ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ୍ ଅଂଚଳର କାଲାତ୍ ଜିଲ୍ଲାରେ ଶନିବାର ଦିନ ଘଟିଥିବା ଏକ ବୋମା
ବିସ୍ଫୋରଣରେ ଦୁଇଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି ଏବଂ ଚାରିଜଣ ଅନ୍ୟ ଲୋକ ଆହତ ହୋଇଛନ୍ତି।
ଏହି ସୂଚନା ଜଣେ ସୁରକ୍ଷା ଅଧିକାରୀ ଦେଇଛନ୍ତି । ଘଟଣା କାଲାତ୍ ଜିଲ୍ଲାର ମାଙ୍ଗୋଚର୍ ଅଞ୍ଚଳର
ଗ୍ରାମୀଣ ଯୋବାନ୍ ଅଞ୍ଚଳରେ ଘଟିଥିଲା, ଯେତେବେଳେ ସୁରକ୍ଷା ବଳଙ୍କ ଏକ ଯାନ ଯାଉଥିଲା। ସେତେବେଳେ ରାସ୍ତା ପାଖରେ ଲୁଚାଇ ରଖାଯାଇଥିବା
ଗୋଟିଏ ବିସ୍ଫୋରକ ଉପକରଣକୁ ଅଜଣା ଆକ୍ରମଣକାରୀମାନେ ରିମୋଟ୍ ଦ୍ୱାରା ବିସ୍ଫୋରଣ କରିଥିଲେ।
ଘଟଣା ପରେ ସୁରକ୍ଷା ବଳ ଓ
ଉଦ୍ଧାର ଦଳ ତୁରନ୍ତ ସ୍ଥଳରେ ପହଞ୍ଚି ଆହତ ଓ ମୃତକଙ୍କୁ ନିକଟସ୍ଥ ହାସ୍ପିଟାଲକୁ ପଠାଇଥିଲେ। ବର୍ତ୍ତମାନ
ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ କରିନାହାନ୍ତି ।
ବିସ୍ଫୋରଣ ପରେ ଏହି ଅଞ୍ଚଳକୁ
ଘେରି ତଲାସି ଅଭିଯାନ ଆରମ୍ଭ କରାଯାଇଛି। ସୂତ୍ରମାନଙ୍କ ଅନୁଯାୟୀ, ତଲାସି ଅଭିଯାନ ସମୟରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା