ଗାନ୍ଧୀନଗର, ୨୩ ଜୁନ୍(ହି.ସ.) – ବିଧାନସଭା କ୍ଷେତ୍ର କଡ଼ି ଏବଂ ବିସାବଦର ଉପନିର୍ବାଚନର ଫଳାଫଳ ଘୋଷିତ ହେବାର ୪ ଘଂଟା ଭିତରେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଶକ୍ତି ସିଂହ ଗୋହିଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବା ପର୍ଯ୍ୟନ୍ତ ଦାଣୀଲିମଣ୍ଡା କ୍ଷେତ୍ରରୁ ବିଧାୟକ ଶୈଳେଶ ପରମାର ଦାୟିତ୍ୱ ସମ୍ଭାଳିବେ। ଏହି ଉପ ନିର୍ବାଚନରେ କଡ଼ି ବିଧାନସଭା ସିଟ୍ରେ ବିଜେପି ଏବଂ ବିସାବଦର ସିଟ୍ରେ ଆମ୍ ଆଦମୀ ପାର୍ଟି ଜିତିଛି।
ନିର୍ବଚନ ପରିଣାମ ଆସିବା ପରେ ସୋମବାର ଦିନ ଏଠାରେ ସାମ୍ବାଦିକ ବାର୍ତାରେ କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇ କାହାର କଥାରେ ଆସିବାକୁ ଚାହେଁନାହିଁ। ମୁଁ ନିଜ ଦାୟିତ୍ୱ ସ୍ୱୀକାର କରିଛି ଏବଂ ଇସ୍ତଫା ଦେଇଛି। କଂଗ୍ରେସରେ ନୈତିକ ଦାୟିତ୍ୱର ପରମ୍ପରା ରହିଛି। ମୁଁ ସବୁବେଳେ କଂଗ୍ରେସର ସିପାହୀ ହୋଇ କାମ କରିବି। ପାର୍ଟି କାର୍ଯ୍ୟକର୍ତାମାନଙ୍କୁ ନେତା କରେ, ଏବେ ମୁଁ ମଧ୍ୟ କାର୍ଯ୍ୟକର୍ତା ହୋଇ କାମ କରିବି। ମୁଁ ଦୁଇ ଚରିତ୍ରର ରାଜନୀତି କରେନାହିଁ। ଯଦି ଦୁଇଟି ମଧ୍ୟରୁ ଗୋଟିଏ ସିଟ୍ ବି ମତେ ମିଳିଥାନ୍ତା ତେବେ ଭଲ ହୋଇଥାନ୍ତା।
ଶକ୍ତିସିଂହ କହିଛନ୍ତି ଯେ ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ନରହିବା ପରେ ଆମର କାର୍ଯ୍ୟକର୍ତା ସଂଘର୍ଷ କରିଛନ୍ତି। ଭଲ ପରିଣାମ ନମିଳିବା ଦାୟିତ୍ୱରେ ସ୍ୱୀକାର କରୁଛି ଏବଂ ତତ୍କାଳ ପ୍ରଭାବରେ ନିଜ ପଦରୁ ଇସ୍ତଫା ଦେଉଛି। ମୁଁ ନିଜ ଇସ୍ତଫା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପଠାଇ ଦେଇଛି। ସହର ଏବଂ ଜିଲ୍ଲା ଅଧ୍ୟକ୍ଷଙ୍କ ନିଯୁକ୍ତି ସମ୍ବନ୍ଧରେ ସେ କହିଛନ୍ତି ଯେ ଜିଲ୍ଲା ସ୍ତରରେ ସମସ୍ତ କାର୍ଯ୍ୟକର୍ତାମାନଙ୍କ କଥା ଶୁଣାଯାଇଛି। ଅଲ୍ ଇଣ୍ଡିୟା କଂଗ୍ରେସ କମିଟି(ଏଆଇସିସି) ସମସ୍ତ ପ୍ରାର୍ଥୀଙ୍କ କଥା ଶୁଣିଛନ୍ତି। ତାଙ୍କ ପରେ ଜିଲ୍ଲା ଅଧ୍ୟକ୍ଷଙ୍କ ନାମରେ ମୋହର ଲାଗିଛି। ସେ କହିଛନ୍ତି ଯେ ଗୁଜରାଟର କାର୍ଯ୍ୟକର୍ତାଙ୍କ ନୂଆ ତାକତ ଏବଂ ଜୋଶ ମିଳିଛି। ପାର୍ଟି ବା ପରିବାରରେ ଫୈସଲା ସମୟରେ କିଛି ଲୋକଙ୍କୁ ଅସୁବିଧା ହୋଇପାରେ। ତିନିମାସରେ ଜିଲ୍ଲା ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ତା’ପରେ ପୁଣି କାର୍ଯ୍ୟକର୍ତାଙ୍କୁ ପଚରାଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି