ବିଜାପୁର, ୨୩ ଜୁନ୍ (ହି.ସ.)- ଗତ ଏକ ସପ୍ତାହ ମଧ୍ୟରେ ନକ୍ସଲମାନେ ଜଣେ ନାବାଳକ ଛାତ୍ର ସମେତ ପାଂଚ ଜଣ ଗ୍ରାମାଚଂଳ ଯୁବକଙ୍କୁ ହତ୍ୟା କରିବା ପରେ ଜିଲ୍ଲାରେ ଏକ ନକ୍ସଲ ବିରୋଧୀ ଅଭିଯାନ ଚାଲିଛି । ଯାହା ଅନ୍ତର୍ଗତ ତିନୋଟି ଥାନା ଅଂଚଳ ମଦେଡ଼, ଗଙ୍ଗାଲୁର ଏବଂ ଜାଙ୍ଗଲାରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ମୋଟ୍ ୫ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ଏହି ନକ୍ସଲମାନଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ, ନକ୍ସଲ ପୋଷାକ, ବ୍ୟାକପ୍ୟାକ୍, ନକ୍ସଲ ସାହିତ୍ୟ ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରାଯାଇଛି । ମଦେଡ଼, ଗଙ୍ଗାଲୁର ଏବଂ ଜାଙ୍ଗଲା ପୋଲିସ ଷ୍ଟେସନରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସୋମବାର ସମସ୍ତ ୫ ଜଣ ଗିରଫ ନକ୍ସଲଙ୍କୁ କୋର୍ଟରେ ହାଜର କରାଯାଇଥିଲା ।
ମଦେଡ଼ ପୋଲିସ ଷ୍ଟେସନ ଦୁଧେଡ଼ା ଏବଂ ଦମ୍ପାୟା ମଧ୍ୟବର୍ତୀ ଜଙ୍ଗଲରୁ ଜଣେ ନକ୍ସଲ ସଞ୍ଜୟ ମରପଲ୍ଲୀ(୩୬ ବର୍ଷ)ଙ୍କୁ ଗିରଫ କରିଛି । ତା ଠାରୁ ବିସ୍ଫୋରକ ସାମଗ୍ରୀ, ନକ୍ସଲ ପୋଷାକ, ବ୍ୟାକପ୍ୟାକ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ