ହିସାର: ଗୁଇନ୍ଦା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତିଙ୍କୁ ମିଳିଲାନାହିଁ ଜାମିନ୍‌
ହିସାର, ୨୩ ଜୁନ୍‌(ହି.ସ.) – ପାକିସ୍ତାନ ପାଇଁ ଗୁଇନ୍ଦା କରିବା ଅଭିଯୋନରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲ୍‌ହୋତ୍ରାଙ୍କୁ କୋର୍ଟ ହାଜତ ସମୟସୀମା ୧୪ ଦିନ ଆହୁରି ବଢ଼ାଇ ଦେଇଛନ୍ତି। ସୋମବାରକୁ ପୂର୍ବ ହାଜତ ଅବଧି ସମାପ୍ତ ହେବା ପରେ ଜ୍ୟୋତି ମାଲ୍‌ହୋତ୍ରା ଭିଡିଓ କନ୍‌ଫେରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇ
ହିସାର: ଗୁଇନ୍ଦା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତିଙ୍କୁ ମିଳିଲାନାହିଁ ଜାମିନ୍‌


ହିସାର, ୨୩ ଜୁନ୍‌(ହି.ସ.) – ପାକିସ୍ତାନ ପାଇଁ ଗୁଇନ୍ଦା କରିବା ଅଭିଯୋନରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲ୍‌ହୋତ୍ରାଙ୍କୁ କୋର୍ଟ ହାଜତ ସମୟସୀମା ୧୪ ଦିନ ଆହୁରି ବଢ଼ାଇ ଦେଇଛନ୍ତି। ସୋମବାରକୁ ପୂର୍ବ ହାଜତ ଅବଧି ସମାପ୍ତ ହେବା ପରେ ଜ୍ୟୋତି ମାଲ୍‌ହୋତ୍ରା ଭିଡିଓ କନ୍‌ଫେରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ଜ୍ୟୋତିଙ୍କ ହାଜତ ସମୟସୀମା ୧୪ ଦିନ ପାଇଁ ବଢ଼ାଇ ଦେଇଛନ୍ତି। ଏବେ ଏହି ମାମଲାର ଶୁଣାଣୀ ୭ ଜୁଲାଇକୁ ହେବ।

ସୂଚନାଯୋଗ୍ୟ ପୋଲିସ୍ ଗୁଇନ୍ଦା ଅଭିଯୋଗରେ ୧୬ ମଇକୁ ଜ୍ୟୋତିଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଜ୍ୟୋତି ୯ ଦିନ ପର୍ଯ୍ୟନ୍ତ ପୋଲିସ୍ ରିମାଣ୍ଡରେ ରହିଥିଲେ ଏବଂ ଏହାପରେ ସେ ଲଗାତାର ନ୍ୟାୟିକ ହାଜତରେ ଅଛନ୍ତି। କୋର୍ଟି ତାଙ୍କର ଜାମିନ୍ ଆବେଦନ ପୂର୍ବରୁ ଖାରଜ କରିସାରିଥିଲା। ଜ୍ୟୋତିଙ୍କ ଓକିଲ କୁମାର ମୁକେଶଙ୍କ କହିବା କଥା ଯେ ଏବେ ସେଶନ୍ କୋର୍ଟରେ ଜାମିନ୍ ଆବେଦନ ରୁଜୁ କରାଯିବ। ସେ ଅନ୍ୟ ଆଇନ୍‌ଗତ ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande