ପ୍ରତ୍ୟେକ ନାଗରିକଙ୍କ ସେବା ,ସୁରକ୍ଷା ,ସମ୍ମାନ ସରକାରଙ୍କ ପ୍ରଥମ ପ୍ରାଥମିକତା-ସିଏମ ଯୋଗୀ
ଲକ୍ଷ୍ନୌ 23 ଜୁନ (ହି.ସ)-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ଜନତା ଦର୍ଶନ କରିଛନ୍ତି।ଏହି ସମୟରେ ରାଜ୍ୟସାରାରୁ ପ୍ରାୟ 65ରୁ ଅଧିକ ପୀଡିତ ପହଁଞ୍ଚିଥିଲେ।ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପୀଡିତଙ୍କୁ ବ୍ୟକ୍ତିଗତ ଭାବରେ ଭେଟିଥିଲେ,ସମସ୍ୟା ଶୁଣିଥିଲେ,ସେମାନଙ୍କ ଆବେଦ
ପ୍ରତ୍ୟେକ ନାଗରିକଙ୍କ ସେବା ,ସୁରକ୍ଷା ,ସମ୍ମାନ ସରକାରଙ୍କ ପ୍ରଥମ ପ୍ରାଥମିକତା-ସିଏମ ଯୋଗୀ


ଲକ୍ଷ୍ନୌ 23 ଜୁନ (ହି.ସ)-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର

ଦିନ ଜନତା ଦର୍ଶନ କରିଛନ୍ତି।ଏହି ସମୟରେ ରାଜ୍ୟସାରାରୁ ପ୍ରାୟ 65ରୁ ଅଧିକ ପୀଡିତ

ପହଁଞ୍ଚିଥିଲେ।ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପୀଡିତଙ୍କୁ ବ୍ୟକ୍ତିଗତ ଭାବରେ ଭେଟିଥିଲେ,ସମସ୍ୟା

ଶୁଣିଥିଲେ,ସେମାନଙ୍କ ଆବେଦନ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ଅନୁଭବ କରାଇଥିଲେ ଯେ ସରକାର

ପ୍ରତ୍ୟେକ ସମସ୍ୟାରେ ସେମାନଙ୍କ ସହିତ ଠିଆ ହୋଇଛି।ମୁଖ୍ୟମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ

ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତରପ୍ରଦେଶର ପ୍ରତ୍ୟେକ

ନାଗରିକଙ୍କ ସେବା ,ସୁରକ୍ଷା ଏବଂ ସମ୍ମାନ ସରକାରଙ୍କ ପ୍ରଥମ ପ୍ରାଥମିକତା।ସରକାର ଗତ 8 ବର୍ଷ

ଧରି ଏହି ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି। ଜନତା ଦର୍ଶନରେ ପୋଲିସ ,ରାଜସ୍ୱ ,ଚିକିତ୍ସା

ସହାୟତ ,ଶିକ୍ଷା,ଆବାସ,ଅଙ୍ଗନୱାଡି ମାଲିକାନା ଇତ୍ୟାଦି ସହିତ ଜଡିତ ଅନେକ ମାମଲା ଉଠିଥିଲା,ଯାହା

ଉପରେ ପ୍ରାର୍ଥନା ପତ୍ର ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

ଦେଇଥିଲେ।ଜନସାଧାରଣଙ୍କ ସମସ୍ୟା ଶୁଣିବା ସହିତ ସୀଏମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ

ପ୍ରତ୍ୟେକ ପୀଡିତଙ୍କ ସମସ୍ୟା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ। ଏଥିରେ

କୌଣସି ପ୍ରକାରର ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande