କଲିକତା, ୨୩ ଜୁନ (ହି.ସ.) – ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଆଲିଫା ଅହମ୍ମଦ କାଲିଗଂଜ ବିଧାନସଭା ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଆଲିଫା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଆଶିଷ ଘୋଷଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ତାଙ୍କ ସ୍ୱର୍ଗତ ପିତା ଏବଂ ପୂର୍ବତନ ବିଧାୟକ ନାସିରୁଦ୍ଦିନ ଅହମ୍ମଦଙ୍କଠାରୁ ଅଧିକ ଲିଡ଼୍ ହାସଲ କରିଛନ୍ତି । ଫଳାଫଳରେ ଉତ୍ସାହିତ ହୋଇ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ମା ମାଟି ଏବଂ ମାନୁଷର ବିଜୟ ବୋଲି କହିଥିଲେ ଏବଂ ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
କାଲିଗଂଜ ଉପନିର୍ବାଚନରେ ଭୋଟ ଗଣତି ଆରମ୍ଭ ହେବା ପରଠାରୁ ଆଲିଫା ଅହମ୍ମଦ ଲଗାତର ବଢ଼ି ଚାଲିଥିଲେ । ୧୮ତମ ରାଉଣ୍ଡ ସୁଦ୍ଧା ଏହା ସ୍ପଷ୍ଟ ହୋଇଗଲା ଯେ, ସେ ୨୦୨୧ର ତାଙ୍କ ବାପା ନାସିରୁଦ୍ଦିନ ଅହମ୍ମଦଙ୍କୁ ମିଳିଥିବା ଭୋଟ ଅପେକ୍ଷା ଅଧିକ ଭୋଟ ପାଇବେ । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଆଲିଫା ମୋଟ ୧ ଲକ୍ଷ ୨ ହଜାର ୭୫୯ ଭୋଟ ପାଇଥିଲେ, ଯେତେବେଳେ ବିଜେପି ପ୍ରାର୍ଥୀ ଆଶିଷ ଘୋଷ ତାଙ୍କଠାରୁ ୫୦ ହଜାରରୁ ଅଧିକ ଭୋଟ ପଛରେ ଥିଲେ । ବିଜେପି ପ୍ରାର୍ଥୀ ୫୨୭୧୦ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ କାବିଲ ଉଦ୍ଦିନ ଶେଖ ୨୮୩୪୮ ଭୋଟ ସହିତ ତୃତୀୟ ସ୍ଥାନରେ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ