କେନ୍ଦ୍ର ମନ୍ତ୍ରୀ ଗିରିରାଜ କହିଲେ, ଝାଡ଼ଖଣ୍ଡ ସରକାର ଆଦିବାସୀଙ୍କ ପାଇଁ କ୍ଷତିକାରକ
ପୂର୍ବ ସିଂହଭୂମି, ୨୩ ଜୁନ୍ (ହି.ସ.)- କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଝାଡ଼ଖଣ୍ଡରେ ବାଂଲାଦେଶୀମାନଙ୍କୁ ସଂରକ୍ଷଣ ଦେଇ ସରକାର ଚାଲିଛି, ଯାହା ଆଦିବାସୀଙ୍କ ପାଇଁ କ୍ଷତିକାରକ । ଏହା ରାଜ୍ୟର ଭବିଷ୍ୟତକୁ ଅ
କେନ୍ଦ୍ର ମନ୍ତ୍ରୀ ଗିରିରାଜ କହିଲେ, ଝାଡ଼ଖଣ୍ଡ ସରକାର ଆଦିବାସୀଙ୍କ ପାଇଁ କ୍ଷତିକାରକ


ପୂର୍ବ ସିଂହଭୂମି, ୨୩ ଜୁନ୍ (ହି.ସ.)- କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଝାଡ଼ଖଣ୍ଡରେ ବାଂଲାଦେଶୀମାନଙ୍କୁ ସଂରକ୍ଷଣ ଦେଇ ସରକାର ଚାଲିଛି, ଯାହା ଆଦିବାସୀଙ୍କ ପାଇଁ କ୍ଷତିକାରକ । ଏହା ରାଜ୍ୟର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବା ଭଳି ପଦକ୍ଷେପ ।

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ରବିବାର ବିଳମ୍ବିତ ରାତିରେ ଜାମସେଦପୁର ଗସ୍ତରେ ଆସି ପହଂଚିଛନ୍ତି । ସେ ପାଟନାରୁ ବନ୍ଦେ ଭାରତ ଟ୍ରେନ୍ ମାଧ୍ୟମରେ ଟାଟାନଗର ଷ୍ଟେସନରେ ପହଂଚି ଥିଲେ, ସେଠାରେ ବିଜେପି କର୍ମୀ ଏବଂ ନେତାମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସ୍ୱାଗତ ସମୟରେ କର୍ମୀମାନେ ସ୍ଲୋଗାନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ସେ ବିହାର ରାଜନୀତି ଉପରେ ମଧ୍ୟ ମନ୍ତବ୍ୟ ଦେଇ କହିଥିଲେ ଯେ ବିହାରରେ ଯେକୌଣସି ପ୍ରକାରେ ଏନଡିଏ ସରକାର ଗଠନ ହେବ । ଜନସାଧାରଣ ନିଷ୍ପତି ନେଇଛନ୍ତି ଯେ, ଦୁର୍ନୀତି ଏବଂ ତୁଷ୍ଟିକରଣର ରାଜନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande