ମୁମ୍ବାଇ, ୨୩ ଜୁନ୍ (ହି.ସ.)- ଗୋରେଗାଓଁ ଫିଲ୍ମ ସିଟିରେ ଟିଭିର ଲୋକପ୍ରିୟ ଧାରାବାହିକ 'ଅନୁପମା' ସେଟରେ ସୋମବାର ସକାଳେ ହଠାତ୍ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଅନୁପମା ସେଟ୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ଆର ମାର୍ଗ ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁ ଲାଗିବାର କାରଣ ତଦନ୍ତ କରୁଛି ।
ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳେ ଗୋରେଗାଓଁ ଫିଲ୍ମ ସିଟିରେ ଥିବା ଧାରାବାହିକ 'ଅନୁପମା' ସେଟରେ ସୁଟିଂ ଚାଲିଥିଲା । ଏହି ସମୟରେ, ସକାଳ ପ୍ରାୟ ୫ଟା ସମୟରେ ଧାରାବାହିକର ସେଟ ରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଏଠାରେ ଆତଙ୍କ ଖେଳିଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିଲେ । ନିଆଁକୁ ନିୟନ୍ତ୍ରଣ କରାଯାଇଛି କିନ୍ତୁ ସେଟ୍ ସମ୍ପୂର୍ଣ୍ଣ ଜଳିଯାଇଛି, ଯାହାଦ୍ୱାରା ପ୍ରଯୋଜକଙ୍କୁ ବହୁତ କ୍ଷତି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ