ଭୁବନେଶ୍ୱର, 24 ଜୁନ୍ (ହି.ସ.)
- ଭୁବନେଶ୍ୱର
କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ହୋଟେଲ୍ ରେ ରେଡ। ବିଏମସି ଓ ଖାଦ୍ୟ ସୁରକ୍ଷା ବିଭାଗ
ପକ୍ଷରୁ ମିଳିତ ଚଢାଉ କରାଯାଉଛି । ହସ୍ପିଟାଲ ଭିତରେ ଥିବା ୩ ଟି ହୋଟେଲ ରେଡ କରି ଫାଇନ କରିଛି
ବିଏମ୍ସି। ହୋଟେଲରେ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ହେଉଥିଲା ରୋଷେଇ ,ଖାଦ୍ୟରେ
ମିଶିଥିଲା ରଙ୍ଗ । ସବୁ ଖାଦ୍ୟରେ ମାଛି ଭଣଭଣ। ଯାହାକୁ ଦେଖି ରାଗି ଯାଇଥିଲେ ଖାଦ୍ୟ ସୁରକ୍ଷା
ଅଫିସର। ଖାଦ୍ୟ ନଷ୍ଟ କରିବା ସହ ଫାଇନ କରିଛି ବିଭାଗ ତାସହିତ ଗୋଟିଏ ହୋଟେଲକୁ ସିଜ୍ କଲା ବିଏମସି
। ତାଗିଦ କରିବା ସହ ଆଗାମୀ ଦିନରେ ଏଭଳି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ।
ସେହିଭଳି ହସ୍ପିଟାଲ ବାହାରେ ଥିବା ଫାଷ୍ଟଫୁଡ ଦୋକାନରେ ରେଡ କରିଛି ବିଏମସି। ରଙ୍ଗ ମିଶା ବିରିୟାନି ,ରଙ୍ଗ ମିଶା
ବରା ପିଆଜିକୁ ନଷ୍ଟ କରାଯାଇଛି । ସୁସ୍ଥ ପରିବେଶ ଭିତରେ ଖାଦ୍ୟ ପରଷିବା ପାଇଁ ତାଗିଦ
କରିଛି ଖାଦ୍ୟ ସୁରକ୍ଷା ବିଭାଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା