ଭୁବନେଶ୍ୱର, 24 ଜୁନ୍ (ହି.ସ.)
- ଚକେଇ ସିଆଣି ସିନିୟର ସିଟିଜେନ ଫୋରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଚକେଇସିଆଣି ଡେ’
କେୟାର ସେଣ୍ଟରକୁ ଚକେଇସିଆଣି ସିନିୟର ସିଟିଜେନ ଫୋରମକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି । ଚକେଇସିଆଣି ଡିଏନ ୟୁଥ କ୍ଳବ ପାଖରେ ଥିବା ଡେ’ କେୟାର
ସେଣ୍ଟରର କାର୍ଯ୍ୟ ପୂର୍ଣ୍ଣାଙ୍ଗିକରଣ କରିବା ସହିତ ଭଙ୍ଗା ଯାଇଥିବା ଦୋକାନ ଘର ଗୁଡିକର, ଭଗ୍ନାଂଶକୁ
ସ୍ଥାନାନ୍ତରୀକରଣ ଓ ସମ୍ପୃକ୍ତ ଜମି ଉପରେ ଥିବା କାଠ କ୍ୟାବିନକୁ ଉଛେଦ କରିବା ଦାବି ରହିଛି ।ଏହାସହ
ପାଚେରୀ ନିର୍ମାଣ କରାଯାଇ ଡେ’ କେୟାର ସେଣ୍ଟରକୁ ଚକେଇସିଆଣି ସିନିୟର ସିଟିଜେନ ଫୋରମକୁ
ହସ୍ତାନ୍ତର କରିବାକୁ ଆଜି ସମ୍ବାଦିକ ସମ୍ମିଳନି ଜରିଆରେ ସରକାରଙ୍କୁ ଗୁହାରି କରିଛନ୍ତି | ଯଦି ଆଗାମୀ
ଦିନରେ ବିଏମସି, ସ୍ଥାନୀୟ ବିଧାୟକ ଓ ସରକାର ଯଦି ନଶୁଣନ୍ତି
ତେବେ ବିଏମସି ଅଫିସ ଘେରାଓ କରିବାକୁ ଚକେଇସିଆଣି ସିଟିଜେନ ଫୋରମ ପକ୍ଷରୁ ଚେତାବନୀ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା