ନୂଆଦିଲ୍ଲୀ, ଜୁନ୍ ୨୬ (ହିସ) - ସାମୁଦ୍ରିକ ସୁରକ୍ଷା ଉପରେ ଭାରତୀୟ ମହାସାଗର ନୌସେନା ସଂଗଠନ (ଆଇଓଏନଓସ୍) କାର୍ଯ୍ୟ ଗୋଷ୍ଠୀ ବୈଠକ ନୂଆଦିଲ୍ଲୀରେ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ହୋଇଥିଲା। ଏଥିରେ ଆଇଓଏନଓସ୍ର ୧୩ ସଦସ୍ୟ ଦେଶ, ଅଷ୍ଟ୍ରେଲିଆ, ବାଂଲାଦେଶ, ଫ୍ରାନ୍ସ, ଭାରତ, କେନିଆ, ମୋଜାମ୍ବିକ, ଓମାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ତାଞ୍ଜାନିଆ ଏବଂ ଥାଇଲ୍ୟାଣ୍ଡର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ।
ସହାୟକ ନୌସେନା ମୁଖ୍ୟ (ବୈଦେଶିକ ସହଯୋଗ ଏବଂ ଗୁଇନ୍ଦା) ରିଅର ଆଡମିରାଲ ନିର୍ଭୟ ବାପନା ତାଙ୍କ ମୁଖ୍ୟ ଭାଷଣରେ ଭାରତ ମହାସାଗର କ୍ଷେତ୍ର (ଆଇଓଆର) ରେ ଆଂଚଳିକ ସାମୁଦ୍ରିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ସମସାମୟିକ ସାମୁଦ୍ରିକ ସୁରକ୍ଷା ଚ୍ୟାଲେଞ୍ଜର ପ୍ରଭାବଶାଳୀ ମୁକାବିଲା କରିବା ପାଇଁ ବହୁପକ୍ଷୀୟ ତନ୍ତ୍ରର ବର୍ଦ୍ଧିତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ଦିନିଆ କାର୍ଯ୍ୟକ୍ରମ ସମୟରେ, ପ୍ରତିନିଧିମାନେ ଆଂଚଳିକ ସାମୁଦ୍ରିକ ସୁରକ୍ଷା ଢାଂଚାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବ୍ୟାପକ ଆଲୋଚନା କରିଥିଲେ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ