ନୂଆଦିଲ୍ଲୀ, ୨୫ ଜୁନ୍(ହି.ସ.) – ଇରାନ୍ ଏବଂ ଇଜରାଇଲ ମଧ୍ୟରେ ଜାରି ଅସ୍ଥିର ପରିସ୍ଥିତି ମଧ୍ୟରେ ଭାରତ ସରକାର ସେଠାରେ ଫଶିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଅପରେସନ ସିନ୍ଧୁ ଚଳାଇଛନ୍ତି। ଏହି ଅଭିଯାନରେ ଏବେ ପର୍ଯ୍ୟନ୍ତ ୪,୦୦୦ରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଅଣାଯାଇଛି। ଭାରତୀୟ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଗୁରୁବାର ଦିନ ସୂଚନା ଦେଇଛନ୍ତି ଯେ ଏହି ଅପରେଶନ ୧୮ ଜୁନ୍କୁ ଆରମ୍ଭ କରାଯାଇଥିଲା।
ଜୟସୱାଲ କହିଛନ୍ତି ଯେ ଇରାନରେ ପ୍ରାୟ ୧୦,୦୦୦ ଏବଂ ଇଜରାଇଲରେ ପ୍ରାୟ ୪୦.୦୦୦ ଭାରତୀୟ ନାଗରିକ ଉପସ୍ଥିତ ଥିଲେ। ଏଥିରୁ ଅପରେଶନ ସିନ୍ଧୁରେ ଇରାନ୍ରୁ ଏବେ ପର୍ଯ୍ରନ୍ତ ୩,୪୨୬ ଭାରତୀୟ ନାଗରିକଙ୍କ ସହିତ ୧୧ ଓସିଆଇ(ଓବରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ) କାର୍ଡ଼ଧାରକଙ୍କୁ ବାହାର କରାଯାଇଛି। ଏହାବ୍ୟତୀତ ନେପାଳର ନଅ ନାଗରିକ, କିଛି ଶ୍ରୀଲକାଇ ନାଗରିକ ଏବଂ ଜଣେ ଇରାନୀ ନାଗରିକ, ଯିଏ ଏକ ଭାରତୀଙ୍କ ଜୀବନସାଥୀ ଅଟନ୍ତି, ମଧ୍ୟ ସୁରକ୍ଷିତ ଅଣାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି