ଅପରେସନ ସିନ୍ଦୁର ବିଷୟରେ ସୂଚନା ଦେଇଥିବା ନୌସେନା ଭବନରେ ମୁତୟନ ୟୁଡିସି ଗିରଫ
ଜୟପୁର, ୨୫ ଜୁନ୍‌(ହି.ସ.) – ପାକିସ୍ତାନ ପାଇଁ ଗୁଇନ୍ଦା କରିବା ଅଭିଯୋଗରେ ବୁଧବାର ଦିନ ଭାରତର ସିଆଇଡି ଇଂଟେଲିଜେନ୍ସ ନୌସେନା ଭବନ ଦିଲ୍ଲୀରେ କାର୍ଯ୍ୟରତ ଅପର ଡିଭିଜନ କ୍ଲର୍କ(ୟୁଡିସି) ବିଶାଳ ଯାଦବକୁ ଗିରଫ କରିଛି। ପଚରା ଉଚୁରାରେ ସେ କେତେକ ଚକିତ କରିବା ଭଳି ସୂଚନା ଦେଇଛି। ଅଭିଯୁକ୍ତ ବିଶାଲ ଯାଦବକ
ଅପରେସନ ସିନ୍ଦୁର ବିଷୟରେ ସୂଚନା ଦେଇଥିବା ନୌସେନା ଭବନରେ ମୁତୟନ ୟୁଡିସି ଗିରଫ


ଜୟପୁର, ୨୫ ଜୁନ୍‌(ହି.ସ.) – ପାକିସ୍ତାନ ପାଇଁ ଗୁଇନ୍ଦା କରିବା ଅଭିଯୋଗରେ ବୁଧବାର ଦିନ ଭାରତର ସିଆଇଡି ଇଂଟେଲିଜେନ୍ସ ନୌସେନା ଭବନ ଦିଲ୍ଲୀରେ କାର୍ଯ୍ୟରତ ଅପର ଡିଭିଜନ କ୍ଲର୍କ(ୟୁଡିସି) ବିଶାଳ ଯାଦବକୁ ଗିରଫ କରିଛି। ପଚରା ଉଚୁରାରେ ସେ କେତେକ ଚକିତ କରିବା ଭଳି ସୂଚନା ଦେଇଛି। ଅଭିଯୁକ୍ତ ବିଶାଲ ଯାଦବକୁ ଗୁରୁବାର ଦିନ କୋର୍ଟରେ ହାଜର କରାଯାଇଛି, ଯେଉଁଠାରେ ତାକୁ ଚାରିଦିନ ରିମାଣ୍ଡରେ ନିଆ ଯାଇଛି। ଅପରେଶନ ସିନ୍ଦୁରର ସୂଚନା ଦେବା ବଦଳରେ ଅଭିଯୁକ୍ତ ପାକିସ୍ତାନୀ ହ୍ୟାଣ୍ଡଲର ଠାରୁ ଦୁଇଲକ୍ଷ ଟଙ୍କା ଦେଇଥିଲା ଅଭିଯୁକ୍ତ ବିଶାଲ ପଇସା ଲୋଭରେ ପାକିସ୍ତାନୀ ହ୍ୟାଣ୍ଡଲରକୁ ସୂଚନା ଦେଉଥିଲା। ସେ ଅପରେଶନ ସିନ୍ଦୁର ସହିତ ଜଡିତ ସୂଚନା ବଦଳରେ ତାକୁ ଶେଷରେ ୫୦ ହଜାର ଟଙ୍କା ମିଳିଥିଲା।

ସିଆଇଡି ଇଂଟେଲିଜେନ୍ସ ସୂତ୍ର କହିଛି ଯେ ବିଶାଲ ଯାଦବର ଫେସବୁକ୍ ଜରିଆରେ ପାକିସ୍ତାନୀ ହ୍ୟାଣ୍ଡଲର ସହିତ ବନ୍ଧୁତା ହୋଇଥିଲା। ଅଭିଯୁକ୍ତ ବିଶାଲ ଯାଦବକୁ ପାକ ହ୍ୟାଣ୍ଡଲର ପ୍ରିୟା ଶର୍ମା ହୋଇ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲା। ଦୁହିଁଙ୍କ ମଧ୍ୟରେ କଥାବାର୍ତା ହେବାକୁ ଲାଗିଥିଲା ଏବଂ ୱାଟ୍ସଆପ୍ ନମ୍ବର ମଧ୍ୟ ସେୟାର କରାଯାଇଥିଲା। ପୁଣି ଟେଲିଗ୍ରାମର ବ୍ୟବହାର ଆରମ୍ଭ କରିଥିଲେ। ମାସ ମାସ ଧରି ପାକିସ୍ତାନୀ ହ୍ୟାଣ୍ଡଲର ପ୍ରିୟା ଶର୍ମା ହୋଇ ବିଶାଲ ଯାଦବ ସହିତ କଥାବାତା କରିଥିଲା। ପୁଣି ନିଜର ଅସଲ ନାମ ବିଶାଲକୁ କହିଦେଇଥିଲା। ବିଶାଲକୁ ପଇସା ଲୋଭ ଦେଇଥିଲା। ଏଥିରେ ସେ ଫସି ଯାଇଥିଲା।

ରାଜସ୍ଥାନ ଆଇଜି ସିଆଇଡି(ସୁରକ୍ଷା) ବିଷ୍ଣୁକାନ୍ତ ଗୁପ୍ତା କହିଛନ୍ତି ଯେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିଗୁଡ଼ିକ ସେନା ସହିତ ଯୋଗାଯୋଗ ସୂଚନା ନେବା ପାଇଁ କିଛିବି କରିପାରନ୍ତି। ତେବେ ଆମ ଟିମ୍ ତାଙ୍କର ସମସ୍ତ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖନ୍ତି। ଏହି ସମୟରେ ସୂଚନା ଆସିଥିଲା ଯେ ବିଶାଲ ଯାଦବ(ପୁନସିକା, ରେୱାଡ଼ି, ହରିୟାନା) ଦିଲ୍ଲୀ ସ୍ଥିତ ନୌସେନା ଭବନ ଦିଲ୍ଲୀରେ ଡାଇରେକ୍ଟଟେ ଅଫ୍ ଡାକୟାର୍ଡରେ ୟୁଡିସି ପଦରେ କାର୍ଯ୍ୟରତ ଥିଲା ସେ ସୋସିଆଲ୍ ମିଡିୟା ଜରିଆରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିର ମହିଳା ହ୍ୟାଣ୍ଡଲର ସହିତ ଲଗାତାର ଯୋଗାଯୋଗରେ ଥିଲା।

ପଚରାଉଚୁରା ସମୟରେ ବିଶାଲ ଯାଦବ କହିଥିଲା ଯେ ଇନ୍‌ଫର୍ମେସନ ଦେବା ପାଇଁ ପ୍ରିୟା ସହିତ ପ୍ରଥମେ ୫ରୁ ୬ ହଜାର ଟଙ୍କା ମିଳୁଥିଲା। ଏହାପରେ ଅପରେଶନ ସିନ୍ଦୁର ଆରମ୍ଭ ହୋଇଥିଲା। ପ୍ରିୟା କହିଥିଲା ଯେ ତୁମେ ଦେଇଥିବା ଖବର ସି ଗ୍ରେଡର, ଯଦି ଭଲ ଖବର ଦେବ ତେବେ ମୁଁ ଅଧିକ ପଇସା ଦେବି। ଏହା ଉପରେ ବିଶାଲ ଅପରେସନ ସିନ୍ଦୁର ସମୟରେ ମଧ୍ୟ ନ୍ୟାଭି ଏବଂ ଅନ୍ୟ ସୁରକ୍ଷା ସମ୍ବନ୍ଧିତ ସୂଚନା ମହିଳା ପାକ୍ ହ୍ୟାଣ୍ଡଲରକୁ ଦେଇଥିଲା। ଏହା ବଦଳରେ ତାକୁ ପୁଣିଥରେ ୫୦ ହଜାର ଟଙ୍କା ମିଳିଥିଲା। ବିଶାଲ ଦେଢ଼ରୁ ଦୁଇଲକ୍ଷ ଟଙ୍କା ନିଜ ଖାତାରେ ମଗାଇଥିଲା। କିଛି ପଇସା କ୍ରିପ୍ଟୋ କରେନ୍ସିଂ ଟ୍ରେଡିଂ ଆକାଉଂଟରେ ୟୁଏସ୍‌ଡିଟି ଯୋଗେ ନେଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande