ପ୍ରାପ୍ଯ ନ ଦେଇ ଚାକିରିରୁ ବିଦାୟ : ଅଭିଯୋଗ ଆଣିଲେ ସର୍କଲ ଚେକର
ପ୍ରାପ୍ଯ ନ ଦେଇ ଚାକିରିରୁ ବିଦାୟ : ଅଭିଯୋଗ ଆଣିଲେ ସର୍କଲ ଚେକର
ପ୍ରାପ୍ଯ ନ ଦେଇ ଚାକିରିରୁ ବିଦାୟ : ଅଭିଯୋଗ ଆଣିଲେ ସର୍କଲ ଚେକର


ସମ୍ବଲପୁର, ୨୬ ଜୁନ୍ (ହି.ସ.)-

ଚାକରି କରୁଥିଲେ ହେଲେ ପାଉଣା ନ ଦେଇ ଚାକରିରୁ ବିଦା କରିଦେଇଥିବା ନେଇ ଏକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ଗଏଲମୁଣ୍ଡି ଗ୍ରାମରୁ। ଅଭିଯୋଗ ଅନୁଯାୟୀ, କୁଚିଣ୍ଡା ବନଖଣ୍ଡ, ବଡରମା ରେଞ୍ଜ ଉଡସୁଙ୍ଗ ଫରେଷ୍ଟ ସେକ୍ସନରେ କେନ୍ଦୁପତ୍ର ବିଭାଗରେ ସର୍କଲ ଚେକର ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ୨୦୨୩ ମସିହାରେ ତାଙ୍କୁ ବିନା କୌଣସି ନୋଟିସରେ କାର୍ଯ୍ୟରୁ ବାହାର କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସର୍କଲ ଚେକର ଟିକେଶ୍ୱର ଲୁହୁରା। ଏପରିକି ଚାକିରୀରୁ ବାହାର କରିଥିବା ସମୟରେ ବିଭାଗ ପକ୍ଷରୁ କୌଣସି ନୋଟିସ ମଧ୍ୟ ଦିଆଯାଇନାହିଁ ବୋଲି ଶ୍ରୀ ଟିକେଶ୍ୱର କହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ସର୍କଲ ଚେକରଙ୍କୁ ୬୨ ବର୍ଷରେ ରିଟ୍ୟାରମେଣ୍ଟ ହୋଇଥାଏ ହେଲେ ରିଟ୍ୟାରମେଣ୍ଟ ସମୟରେ ଟିକେଶ୍ୱରଙ୍କୁ ୬୦ ବର୍ଷ ହେଉଥିବା ସତ୍ୱେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା, ଏପରିକି ଏହାକୁ ନେଇ ଟିକେଶ୍ୱର ବାରମ୍ବାର କୁଚିଣ୍ଡା କେନ୍ଦୁପତ୍ର ଡ଼ିଏଫଓ ଦେବରର୍ଚନ ବେହେରାଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗକୁ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ କିମ୍ବା ସ୍ପଷ୍ଟୀକରଣ ପ୍ରଦାନ କରାଯାଇନାହିଁ। ଏପରିକି ଟିକେଶ୍ୱରଙ୍କୁ କେଉଁ କାରଣରୁ ଚାକିରିରୁ ବାହାର କରାଗଲା ତାହା ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଜଣାଯାଇନାହିଁ । ଏପରିକି ଟିକେଶ୍ୱର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଥିବା ଯୋଗୁଁ ବାରମ୍ବାର ଡ଼ିଏଫଓ ଏବଂ ବଡରମା ରେଞ୍ଜ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ରୋଗାଗ୍ରସ୍ତ ହୋଇ ଖର୍ଚ୍ଚାନ୍ତରେ ମଧ୍ୟ ପଡିଛନ୍ତି l ଅନ୍ୟପକ୍ଷରେ ନ୍ୟାୟ ପାଇଁ ଟିକେଶ୍ୱର ଫରେଷ୍ଟର ଠାରୁ ଆରମ୍ଭ କରି ଡ଼ିଏଫଓ ପର୍ଯ୍ୟନ୍ତ ଲିଖିତ ଭାବେ ଜଣାଇଥିବା ବେଳେ ତାଙ୍କ ସମସ୍ୟାର ସମାଧାନ କରିବାରେ ବିଭାଗୀୟ ଅଧିକାରୀ ବିଫଳ ହୋଇଛନ୍ତି ଯାହା ଫଳରେ ବର୍ତମାନ ଟିକେଶ୍ୱର ସମ୍ବଲପୁର ଲେବର କମିଶନରଙ୍କୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି।

ଏ ସମ୍ପର୍କରେ କୁଚିଣ୍ଡା ଡ଼ିଏଫଓ ଦେବରର୍ଚନ ବେହେରାଙ୍କୁ ପଚାରିବାରୁ ଆମେ ତାଙ୍କୁ ଗତ ୧୩ ଫେବୃଆରୀ ୨୦୨୫ ରେ ଚିଠି ନମ୍ବର ୩୨୭/(3କେଏଲ)-୦୧/୨୫ ରେ

ଏକ ନୋଟିସ କରିଛୁ ଏବଂ ନୋଟିସରେ ଉଲ୍ଲେଖ କରାଯାଇଛି କି ଶ୍ରୀ ଟିକେଶ୍ୱର କିଛି ବର୍ଷରୁ ଆପଣ ଆପଣଙ୍କର ସ୍ୱର ଉତ୍ତୋଳନ କରୁଛନ୍ତି। ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖ ସମର୍ଥନରେ ବିଇଓ ଏବଂ ଡିଇଓଙ୍କ ଦ୍ୱାରା ଦସ୍ତଖତ କରାଯାଇଥିବା ଆପଣଙ୍କର ସ୍କୁଲ ଛାଡିବା ପ୍ରମାଣପତ୍ର ଦାଖଲ କରିବାକୁ ଅନୁରୋଧ କରାଯାଇଛି ବୋଲି କୁହାଯାଇଛି। ତାଙ୍କ ଦ୍ୱାରା ଦିଆଯାଇଥିବା ସ୍କୁଲ ପରିତ୍ୟାଗ ପ୍ରମାଣ ପତ୍ର ଅନୁଯାଇ ତାଙ୍କୁ ୨୦୨୩ରେ ୬୨ ବର୍ଷ ହୋଇଯାଇଛି ଯଦି କିଛି ଭୁଲ ଅଛି ତା ହେଲେ ସେ ଆମକୁ ସରକାରି ଦସ୍ତାଵିଜ ପ୍ରଦାନ କରନ୍ତୁ ବୋଲି କହିଥିଲେ। ହେଲେ ବର୍ତମାନ ଖବର ପ୍ରସାରଣ ପରେ କେନ୍ଦୁପତ୍ର ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande