ନୂଆ ଦିଲ୍ଲୀ, ୨୬ ଜୁନ (ହି.ସ.)। ୧୯୭୫ ମସିହାରେ ଲାଗୁ କରାଯାଇଥିବା ଜରୁରୀକାଳ ଭାରତୀୟ ଗଣତନ୍ତ୍ର ଉପରେ ସବୁଠାରୁ ବଡ଼ ଆଘାତ ଥିଲା ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ ଗୁରୁବାର ଦିନ କହିଛନ୍ତି । ଦିଲ୍ଲୀର ଡ଼ା. ଅମ୍ବେଡକର ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ଅମ୍ବେଡକର ଇଣ୍ଟରନ୍ୟାସନାଲ୍ ସେଣ୍ଟର ଓ ବହୁଭାଷୀ ନ୍ୟୁଜ ଏଜେନ୍ସି ‘ହିନ୍ଦୁସ୍ଥାନ ସମାଚାର’ ର ମିଳିତ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଜରୁରୀକାଳିନ ପରିସ୍ଥିତିରେ ଦିନରେ ଜଣେଇ ଦିଆଯାଇଥିଲା “ସୋସିଆଲିଜିମ ” ଓ “ସେକୁଲାରିଜମ” ପରି ଶବ୍ଦଗୁଡ଼ିକୁ ସଂବିଧାନରେ ଯୋଡ଼ାଯାଇଥିଲା, ଯାହା ଉପରେ ଆଜି ପୁନଃ ଚିନ୍ତାବିମର୍ଶ କରିବା ଆବଶ୍ୟକତା ଅଛି।
ସେ କହିଛନ୍ତି ଯେ, ଜରୁରୀକାଳ କେବଳ କ୍ଷମତାର ଦୁରୁପଯୋଗ ନୁହେଁ, ବରଂ ନାଗରିକ ସ୍ୱାଧୀନତାକୁ ଚକ୍ରାନ୍ତପୂର୍ବକ ଦମନ କରିବାର ଚେଷ୍ଟା ଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ କାରାଗାରରେ ଠେଲିଦିଆଯାଇଥିଲା ଓ ପ୍ରେସ୍ ସ୍ୱାଧୀନତା ଉପରେ ଆକ୍ରମଣ ହୋଇଥିଲା। ସେ କହିଛନ୍ତି ଯେ, ଯେମାନେ ଜରୁରୀକାଳିନ ପରିସ୍ଥିତି ଲାଗୁ କରି ସଂବିଧାନ ଓ ଗଣତନ୍ତ୍ରର ଦମନ କରିଥିଲେ, ସେମାନେ ଆଜି ପର୍ଯ୍ୟନ୍ତ କ୍ଷମା ମାଗିନାହାନ୍ତି। ଯଦି ସେମାନେ ନିଜେ ଏପରି କରି ନାହାନ୍ତି ତେବେ ସେମାନେ ନିଜର ପୂର୍ବଜମାନେ ନାମରେ କ୍ଷମା ମାଗିବା ଉଚିତ।
କେନ୍ଦ୍ରମନ୍ତ୍ରୀ ଗଡକରି କହିଛନ୍ତି ଯେ, ଜରୁରୀକାଳିନ ପରିସ୍ଥିତିର ବିରୋଧ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ତାଙ୍କ ବିଚାରର ବଡ଼ ଭୂମିକା ରହିଛି। ସଂଘ ପ୍ରେରିତ କାର୍ଯ୍ୟକର୍ତ୍ତାମାନଙ୍କର ବଳିଦାନ ଦ୍ୱାରା ହିଁ ଲୋକତନ୍ତ୍ରର ରକ୍ଷା ସମ୍ଭବ ହୋଇପାରିଛି। ସେ ଇନ୍ଦିରା ଗାନ୍ଧୀଙ୍କୁ ନିଜର ସତ୍ତା ବଞ୍ଚାଇବା ପାଇଁ ଜରୁରୀକାଳ ଘୋଷଣା କରିବା ଓ ସଂବିଧାନର ମୂଳ ଭାବକୁ ବଦଳାଇଦେବା ଅଭିଯୋଗ ଆଣିଛନ୍ତି। ସେହି ସମୟରେ ପ୍ରେସ୍, ସଂସଦ ଓ ନ୍ୟାୟପାଳିକା ଉପରେ ଚାପ ଦିଆଯାଇଥିଲା। ସେ ଦାବି କରିଛନ୍ତି ଯେ ସେଠି ଏମିତି ଭୟଙ୍କର ପରିସ୍ଥିତି ଥିଲା ଯାହାରେ ଲୋକମାନେ ନିଜ ଅଧିକାର ପାଇଁ ମଧ୍ୟ ସ୍ୱର ଉତୋଳନ କରି ପାରୁ ପାରୁନଥିଲେ। ଲୋକତନ୍ତ୍ରର ସ୍ୱରକୁ ଦମନ କରିବା ପାଇଁ ପ୍ରତ୍ୟେକ ସ୍ତରରେ ଚେଷ୍ଟା ହୋଇଥିଲା। ଆଜିର ପିଢ଼ିକୁ ସେହି ସମୟର ସତ୍ୟ ଜଣାଇବା ଅତ୍ୟନ୍ତ ଆବଶ୍ୟକ।
ଇନ୍ଦିରା ଗାନ୍ଧୀ କଳା କେନ୍ଦ୍ରର ଅଧ୍ୟକ୍ଷ ଏବଂ ହିନ୍ଦୁସ୍ଥାନ ସମାଚାରର ସମୂହ ସମ୍ପାଦକ ରାମ ବହାଦୁର ରାୟ କହିଛନ୍ତି ଯେ, ଜରୁରୀକାଳକୁ କେବଳ ଗୋଟିଏ ରାଜନୈତିକ ଘଟଣା ବୋଲି ଭାବିବା ପର୍ଯ୍ୟାପ୍ତ ନୁହେଁ, ବରଂ ଏହାର ସତ୍ୟ, ବାସ୍ତବିକତା ଓ ଶେଷକୁ ଗଭୀରତାରେ ବୁଝିବା ଆବଶ୍ୟକ। ସେ କହିଛନ୍ତି ଯେ, ସତ୍ୟ ଏହା ଥିଲା ଯେ ଗୋଟିଏ ଡରିଥିବା ମହିଳା (ଇନ୍ଦିରା ଗାନ୍ଧୀ) ସମ୍ପୂର୍ଣ୍ଣ ଦେଶକୁ ଡରେଇବାର ଚେଷ୍ଟା କରୁଥିଲେ। ବାସ୍ତବିକତା ଥିଲା ଯେ ଲୋକତନ୍ତ୍ରିକ ବ୍ୟବସ୍ଥା ସମାନ୍ତରାଳ ଏକ ନିୟନ୍ତ୍ରିତ ଓ ଦମନମୂଳକ ଶାସନ ବ୍ୟବସ୍ଥା ଗଢ଼ାଯାଇଥିଲା। ଶେଷରେ ଜନତା ଏହି ନିରଙ୍କୁଶ ବ୍ୟବସ୍ଥାକୁ ଅସ୍ୱୀକାର କରି ଦେଲେ ଓ ଲୋକତନ୍ତ୍ରକୁ ପୁନଃ ସ୍ଥାପନ କଲେ ।
‘ସଂବିଧାନ ହତ୍ୟା ଦିବସ’ କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ ସମାଚାରର ଅଧ୍ୟକ୍ଷ ଅରବିନ୍ଦ ମାର୍ଡିକର ତାଙ୍କର ଉଦ୍ବୋଧନରେ ଏହି ସମାଚାର ଏଜେନ୍ସିର ଇତିହାସ ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଛନ୍ତି ଯେ, ଏହି ସମାଚାର ଏଜେନ୍ସିର ସ୍ଥାପନାରେ ବୀର ଵିନାୟକ ଦାମୋଦର ସାୱରକର ଭଳି ମହାନ ବ୍ୟକ୍ତିତ୍ୱମାନେ ଭୂମିକା ନେଇଥିଲେ । ଜରୁରୀକାଳ ସମୟରେ ଏହି ଏଜେନ୍ସିକୁ ଭୟଙ୍କର ଦମନ ଝେଳିବାକୁ ପଡ଼ିଥିଲା ଓ ଏହାର କାର୍ଯ୍ୟକଳାପ ବନ୍ଦ କରିବାକୁ ପଡ଼ିଥିଲା। ପରେ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଦ୍ୱାରା ଏହାର ପୁନଃ ସଂଚାଳନ ଆରମ୍ଭ ହୋଇପାରିଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ଗୋଟିଏ ସମୟରେ କହିଥିଲେ ଯେ, ହିନ୍ଦୁସ୍ଥାନ ସମାଚାରରେ ସ୍ୱୟଂସେବକମାନଙ୍କର ମନ ଚାଲୁଛି ।
ହିନ୍ଦୁସ୍ଥାନ ସମାଚାର ଆୟୋଜିତ ‘ସଂବିଧାନ ହତ୍ୟା ଦିବସ’ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଲ ଜରୁରୀକାଳକୁ ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ୨୫ ଜୁନ ତାରିଖରେ ଦେଶରେ ଗୋଟିଏ ରାଜନୈତିକ ଅପରାଧ ଘଟିଥିଲା, ଯାହା ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ଗଭୀର ଛୋଟ୍ ପହଞ୍ଚାଇଥିଲା। ସେ ଜୋର ଦେଇ କହିଛନ୍ତି ଯେ ସେହି ସମୟର ସତ୍ୟ ଓ ଘଟଣାବଳୀ ବିଷୟରେ ନୂଆ ପିଢ଼ି ଜାଣିବା ଆବଶ୍ୟକ, କାରଣ ଏହା ଆମକୁ ଭବିଷ୍ୟତରେ ଗଣତନ୍ତ୍ରକୁ ଅଧିକ ସଶକ୍ତ ଓ ସଚେତନ କରିବାର ଅବସର ଦିଏ।
ଏହି ଅବସରରେ ଡ଼. ଆମ୍ବେଡକର୍ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ତତ୍ତ୍ୱାବଧାନରେ ଜରୁରୀକାଳକୁ କେନ୍ଦ୍ର କରି ଏକ ପ୍ରଦର୍ଶନୀ ଓ ଲଘୁଚିତ୍ରର ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନୀର ଉଦ୍ଘାଟନ ଆରଏସଏସର ସରକାର୍ଯ୍ୟଵାହ ଦତ୍ତାତ୍ରେୟ ହୋସବାଲେ କରିଥିଲେ। ଏହି ପ୍ରଦର୍ଶନୀ ମାଧ୍ୟମରେ ଯୁବମାନେ ସେହି ଦିନର ରାଜନୈତିକ ଓ ସାମାଜିକ ପରିସ୍ଥିତି ବିଷୟରେ ଜାଣିବା ଓ ବୁଝିବାର ସୁଯୋଗ ପାଇଥିଲେ।
ଏହି ସମୟରେ ‘ହିନ୍ଦୁସ୍ଥାନ ସମାଚାର’ର ପାକ୍ଷିକ ପତ୍ରିକା ‘ଯୁଗବାର୍ତ୍ତା’ ଓ ମାସିକ ପତ୍ରିକା ‘ନବୋତ୍ଥାନ’ର ଜରୁରୀକାଳ ଉପରେ ଆଧାରିତ ବିଶେଷାଙ୍କର ଉନ୍ମୋଚନ କରାଯାଇଥିଲା।
କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱାଭିମାନ ଆନ୍ଦୋଳନର ସ୍ଥାପକ ଅଧ୍ୟକ୍ଷ କେ.ଏନ୍. ଗୋବିନ୍ଦାଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷତା ‘ହିନ୍ଦୁସ୍ଥାନ ସମାଚାର’ର ଅଧ୍ୟକ୍ଷ ଅରବିନ୍ଦ ଭାଲଚନ୍ଦ୍ର ମାର୍ଡିକର କରିଥିଲେ। ଆଇଜିଏନସିଏର ସଦସ୍ୟ ସଚିବ ଡ଼. ସଚ୍ଚିଦାନନ୍ଦ ଜୋଶୀ ଉପସ୍ଥିତମାନଙ୍କୁ ସ୍ଵାଗତ ଭାଷଣ ଦେଇଥିଲେ । ସେଉଁତି ଡ଼. ଆମ୍ବେଡକର୍ ଇଣ୍ଟରନ୍ୟାସନାଲ୍ ସେଣ୍ଟରର ନିର୍ଦ୍ଦେଶକ ଆକାଶ ପାଟିଲ ଧନ୍ୟବାଦ ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ