ଇଟାୱା, 26 ଜୁନ୍ (ହି.ସ.)-ବିହାରରୁ ଦିଲ୍ଲୀକୁ ଯାଉଥିବା
ଏକ ଡବଲ୍ ଡେକର୍ ବସ୍ ଗୁରୁବାର ଇଟାୱାର ସୈଫଈ ଅଞ୍ଚଳରେ ଭାରସାମ୍ୟ ହରାଇ ଓଲଟିଯାଇଛି। ଏହି
ଦୁର୍ଘଟଣାରେ ଜଣେ ନେପାଳୀ ମହିଳାଙ୍କ ସହିତ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୨୫ ଠାରୁ ଅଧିକ
ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ବରିଷ୍ଠ ପୁଲିସ୍ ଅଧିକାରୀ
ବୃଜେଶ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଘଟଣା ସୈଫଈ ଥାନା ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ
ଏକ୍ସପ୍ରେସୱେରେ ଘଟିଛି, ଯେଉଁଠାରେ ବିହାରର ମଧୁବନୀରୁ ଦିଲ୍ଲୀକୁ ଯାଉଥିବା ଏକ
ଡବଲ୍ ଡେକର୍ ବସ୍ ଦୁର୍ଘଟଣାରେ ପଡିଛି। ଘଟଣାରେ ବସ୍ରେ ଥିବା ଦୁଇ ଯାତ୍ରୀଙ୍କ ମୃତ୍ୟୁ ଓ ୨୫
ଠାରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପହଞ୍ଚିଥିବା ପୁଲିସ୍ ଆହତମାନଙ୍କୁ ସୈଫଈ ମେଡିକାଲ୍ ୟୁନିଭର୍ସିଟିରେ ଭର୍ତ୍ତି
କରିଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା