ରାଂଚି, 26 ଜୁନ୍ (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ ଗୁରୁବାର ନୂଆ ଦିଲ୍ଲୀର ସର ଗଙ୍ଗାରାମ୍ ହସ୍ପିଟାଲରେ ପହଞ୍ଚି ସେଠାରେ
ଚିକିତ୍ସାଧୀନ ରାଜ୍ୟସଭା ସାଂସଦ ଓ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ
ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଏହି ଅବସରରେ ସେ ଶିବୁ ସୋରେନଙ୍କ ପୁଅ ଓ
ଝାରଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ବୋହୁ ତଥା ବିଧାୟିକା କଳ୍ପନା
ସୋରେନଙ୍କ ସହିତ ତାଙ୍କ ସ୍ୱାସ୍ଥ୍ୟ ଓ ଚାଲୁଥିବା ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିବୁ ସୋରେନଙ୍କ ଶୀଘ୍ର ଓ ସ୍ୱାସ୍ଥ୍ୟଲାଭ ପାଇଁ କାମନା
କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା