ନୂଆଦିଲ୍ଲୀ, 26 ଜୁନ୍ (ହି.ସ.)-ଚୀନj କିଙ୍ଗଦାଓରେ ଶଂଘାଇ ସହଯୋଗ
ସଂଗଠନର ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକରେ ଭାଗ ନେବାକୁ ଯାଇଥିବା ରାଜନାଥ ସିଂହ ଏସସିଓ ମିଳିତ
ବକ୍ତବ୍ୟରେ ସ୍ୱାକ୍ଷର କରିନାହାନ୍ତି । ଏହା ପଛରେ ତାଙ୍କ ତର୍କ ହେଉଛି ଆତଙ୍କବାଦ ମାମଲାରେ
ଚୀନ୍ ଓ ପାକିସ୍ତାନ କଠୋର ଆଭିମୁଖ୍ୟ ବଦଳରେ ନରମ ମନୋଭାବ ପୋଷଣ କରିଛନ୍ତି । ଏହି ମତଭେଦ
ଏଥିପାଇଁ ଥିଲା କାରଣ, ସଂଯୁକ୍ତ ବକ୍ତବ୍ୟରେ ଆତଙ୍କବାଦକୁ ସଠିକ୍ ଭାବରେ ସଂଜ୍ଞା ଦିଆଯାଇନଥିଲା।
କିଙ୍ଗଦାଓରେ ଆୟୋଜିତ ଏସସିଓଦେଶର ପ୍ରତିରକ୍ଷାମନ୍ତ୍ରୀମାନଙ୍କ ଏକ ବୈଠକରେ ଭାରତୀୟ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ୨୨ ଏପ୍ରିଲରେ ପହେଲଗାମରେ ଘଟିଥିବା
ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଗୋଷ୍ଠୀମାନେ ଦାୟୀ, ଏହି ଆକ୍ରମଣରେ ୨୬ ଜଣ
ନିର୍ଦୋଷ ନାଗରିକ ମୃତ୍ୟୁବରଣ କରିଥିଲେ। ଏହାର ଜବାବରେ ଭାରତ ‘ଅପରେସନ ସିନ୍ଦୂର’ ସାମରିକ ପ୍ରତିକ୍ରିୟା ଆରମ୍ଭ କରିଥିଲା। ତାଙ୍କର ଏହି ବୟାନ ଭାରତର ଦୃଢ଼ ଆତଙ୍କବାଦ
ବିରୋଧୀ ନୀତି, ଏସସିଓର ଅଧୀନରେ
କାର୍ଯ୍ୟାନୁଷ୍ଠାନ ଦାବି ଓ ରଣନୈତିକ ସ୍ୱାଧୀନତା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛି।
ରାଜନାଥ ସିଂହ କହିଛନ୍ତି ଯେ ପହେଲଗାମ ଆକ୍ରମଣର ଶୈଳୀ ଭାରତରେ ଲଶ୍କର-ଇ-ତୋଇବା ପୂର୍ବ
ଆତଙ୍କବାଦୀ ଆକ୍ରମଣମାନଙ୍କ ସହିତ ମେଳ ଖାଉଛି।
ଭାରତୀୟ ଅଧିକାରୀଙ୍କ
ଅନୁଯାୟୀ, ଏହି ବକ୍ତବ୍ୟରେ ସ୍ୱାକ୍ଷର
କରିଦେବା ଦ୍ୱାରା ଆତଙ୍କବାଦ ଓ ଅଞ୍ଚଳୀୟ ସୁରକ୍ଷା ପ୍ରତି ଭାରତର ଦୃଢ଼ ମନୋଭାବ ଦୁର୍ବଳ
ପଡ଼ିଯିବ। ଏହି ମତଭେବ ଏଥିପାଇଁ ଥିଲା ଯେ, ଏଥିରେ ଆତଙ୍କବାଦକୁ ସଠିକ୍ ଭାବରେ ସଂଜ୍ଞା ଦିଆଯାଇନଥିଲା। ରକ୍ଷାମନ୍ତ୍ରୀ ରାଜନାଥ ସିଂହ
କହିଛନ୍ତି ଯେ ଦଶ ସଦସ୍ୟ ଥିବା ଏହି ଗୋଷ୍ଠୀରେ ପାକିସ୍ତାନ, ଚୀନ୍ ଓ ରୁଷ ମଧ୍ୟ ଅନ୍ତର୍ଗତ ଥିଲେ, କିନ୍ତୁ ଏହି ଦେଶଗୁଡ଼ିକ ତରଫରୁ କୌଣସି ଅନ୍ତିମ ଘୋଷଣାପତ୍ର ଜାରି ହୋଇନଥିଲା। ରାଜନାଥ
ସିଂହ ପାକିସ୍ତାନର ନାମ ସିଧାସଳଖ ଭାବେ ଉଲ୍ଲେଖ ନକରି କହିଛନ୍ତି ଯେ କିଛି ଦେଶ ସୀମା ପାର
ଆତଙ୍କବାଦକୁ ନୀତିର ଏକ ସାଧନ ଭାବେ ବ୍ୟବହାର କରନ୍ତି ଓ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦିଅନ୍ତି।
ଏପରି ଦୁଇମୁହାଁ ମାନଦଣ୍ଡ ପାଇଁ କୌଣସି ସ୍ଥାନ ହେବା ଉଚିତ୍ ନୁହେଁ। ଏସସିଓଏପରି ଦେଶମାନଙ୍କ ନିନ୍ଦା କରିବାରେ କୌଣସି ସଂକୋଚ କରିବା
ଉଚିତ୍ ନୁହେଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା