ଅଭିମନ୍ୟୁ ହେଲେ କଟକ ଟେଲିଫୋନ୍ ଉପଦେଷ୍ଟା କମିଟି ସଦସ୍ୟ
କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)-ଭାରତୀୟ ଜନତା ପାର୍ଟିର ସୁସଂଗଠକ ତଥା କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପସଭାପତି ଅଭିମନ୍ୟୁ ଗୋଛାୟତଙ୍କୁ କଟକ ଟେଲିଫୋନ୍ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି । ଭାରତ ସରକାରଙ୍କ ସଂଚାର ମନ୍ତ୍ରାଳୟ ଅନ୍ତର୍ଗତ ଦୂର ସଂଚାର ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜରି
ଅଭିମନ୍ୟୁ ହେଲେ କଟକ ଟେଲିଫୋନ୍ ଉପଦେଷ୍ଟା କମିଟି ସଦସ୍ୟ


କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)-ଭାରତୀୟ ଜନତା ପାର୍ଟିର ସୁସଂଗଠକ ତଥା କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପସଭାପତି ଅଭିମନ୍ୟୁ ଗୋଛାୟତଙ୍କୁ କଟକ ଟେଲିଫୋନ୍ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି । ଭାରତ ସରକାରଙ୍କ ସଂଚାର ମନ୍ତ୍ରାଳୟ ଅନ୍ତର୍ଗତ ଦୂର ସଂଚାର ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି । ଶ୍ରୀ ଗୋଚ୍ଛାୟତ ପୂର୍ବରୁ ଜିଲ୍ଲା ଆଇଟି ସଂଯୋଜକ, ଜିଲ୍ଲା ସାଧାରଣ ସମ୍ପାଦକ ଓ ଜିଲ୍ଲା ସହ ନିର୍ବାଚନ ଅଧିକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାରେ ସକ୍ଷମ ହୋଇଛନ୍ତି । ତାଙ୍କର ଏହି ଟେଲିଫୋନ୍ ଉପଦେଷ୍ଟା କମିଟି ସଦସ୍ୟ ହେବାପରେ କେନ୍ଦ୍ରାପଡାର ଲୋକପ୍ରିୟ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande