ଜିଲ୍ଲା କୋର୍ଟ ପରିସରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ
କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କୋର୍ଟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି । ଏହି ଅବସରରେ ଓକିଲ ସଂଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ତତ୍ୱାବଧାନରେ କୋର୍ଟ ପରିସରରେ ଥିବା ଗୋପବନ୍ଧୁଙ୍କର ପ୍ରତିମୂର୍ତିରେ ମାଲ୍ୟା
ଜିଲ୍ଲା କୋର୍ଟ ପରିସରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ


କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କୋର୍ଟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି । ଏହି ଅବସରରେ ଓକିଲ ସଂଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ତତ୍ୱାବଧାନରେ କୋର୍ଟ ପରିସରରେ ଥିବା ଗୋପବନ୍ଧୁଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସମ୍ପାଦକ ନୃସିଂହ ଚରଣ ରାଉତ, ଉପସଭାପତି ହାଡିବନ୍ଧୁ ସିଂ, ସହ ସଂପାଦକ ବିନୋଦ କୁମାର ବେହେରା, କୋଷାଧ୍ୟକ୍ଷ ବିଭୂତି ଭୂଷଣ କରଙ୍କ ସମେତ ସଂଘର ସଭ୍ୟ/ସଭ୍ୟା ଓ ଅନ୍ୟଆଇନ୍‌ଜିବୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande