ଭଦ୍ରକ, ୨୭ ଜୁନ୍ (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ରେ ସନ୍ଧ୍ୟା ସାଢ଼େ ୭ ଘଟିକା ସମୟରେ ପବିତ୍ର ମହରମ ପର୍ବ ପାଳନ ଲାଗି ଭଦ୍ରକ ମୁସଲିମ ଜମାତର ବୈଠକ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଓ ଏହି ବୈଠକରେ ମହରମ ପର୍ବ ପାଳନ ଲାଗି ମହରମ ଅସ୍ଥାୟୀ କମିଟି ଗଠନ କରାହେଲା , ଏହି ଅସ୍ଥାୟୀ କମିତିରେ ସଭାପତି ଭାବେ ଆଇନଜୀବୀ ଜମିଲ ଅଖତର ଖାନ, ୩ ଗୋଟି ଉପ-ସଭାପତି ଭାବେ ଇଂ ରେଜାଏ ରସୁଲ , ପରିଷଦ ସାହିଦ ଖାନ, ପୂର୍ବତନ ପରିଷଦ ଅସରଫ ଅଲି ଖାନ , ସାଧାରଣ ସମ୍ପାଦକ ଭାବେ ଅଖତର ଅଲି ଖାନ , ୫ ଗୋଟି ଉପ-ସଭାପତି ଭାବେ ପାରିଷଦ ସୈୟଦ ନାସର ଅଲି, ହୈଦର ଅଲି ଖାନ, ହାଜି ଅବୁ ହୋସେନ ଖାନ, ହାଜି ଅବଦୁସ ସଲାମ , ସେକ ରଫିକ , କୋଷାଧକ୍ଷ ଭାବେ ଶେଖ ଇମତିୟାଜ଼ ଏବଂ ୬୧ ଟି ଗାଁର କାଫେଲା ସରଦାର ମାନେ ଏହି କମିଟିର ସଭ୍ୟ ଭାବେ ନିୟୋଜିତ ହୋଇଛନ୍ତି ଓ ଇସଲାମ ଧର୍ମରେ ଚନ୍ଦ୍ର ଦର୍ଶନ କୁ ଆଧାର କରି ପ୍ରତ୍ୟେକ ବର୍ଷ ପର୍ବ ପାଳନ କରାଯାଇଥାଏ ଓ ଜୁନ ୨୬ ତାରିଖ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ର ପ୍ରମାଣ ପାଇଲା ପରେ ୨୭ ତାରିଖ ଶୁକ୍ରବାର ଚନ୍ଦ୍ରର ପ୍ରଥମ ଦିନ ତଥା ଇସଲାମିକ (ହିଜିରୀ) କ୍ୟାଲେଣ୍ଡର ଅନୁସାରେ ମହରମ ପର୍ବ ବର୍ଷର ପ୍ରଥମ ମାସ ଓ ମହରମ ୧ ତାରିଖରୁ ୧୦ ଦିନ ଯାଏଁ ମହରମ ପର୍ବ ପାଳିତ ହୁଏ ଏବଂ ଶେଷ ୧୦ ଦିନ ଟି (ରବିବାର) ତଥା ଜୁଲାଇ ୬ ତାରିଖ କୁ ୟମେ-ଆସୁରା ରୂପେ ପାଳନ କରାଯିବ ଓ ଏହି ଦିନରେ ଶେଷ ନବୀ ପ୍ରଫେଟ ମହମ୍ମଦ ଙ୍କ ନାତି ହଜରତ ଇମାମ ହୋସେନ ଇରାକ ସହର ସ୍ଥିତ କରବଲା ମଇଦାନରେ’ ଶତ୍ରୁ ଆଗରେ ନିଜକୁ ସମର୍ପଣ ନ କରି ଇସଲାମ ଧର୍ମ ପାଇଂ ନିଜ ପ୍ରାଣ ବଳିଦାନ ଦେଇ ଶହୀଦ ହୋଇଥିଲେ , ଏହି ୟାଦେ ହୋସେନ ପର୍ବ ୧୪୪୭ ହିଜ଼ରୀ ବର୍ଷ ରୂପେ ପାଳନ ହେବ ଓ ପ୍ରତ୍ୟେକ ପର୍ବ ଭାଇଚାରା ସହିତ ପାଳନ ହୁଏ ଏବଂ ଏହି ପର୍ବରେ ସମସ୍ତ ବସ୍ତିରୁ କାଫେଲା ବାହାରି ସହର ପରିକ୍ରମା କରି ମଦିନା ମଇଦାନ ରେ ଓ ନଂଘା ମହଲ୍ଲା ମସଜିଦ ସାମ୍ନା ରେ ପହଁଚିବେ ଏବଂ ପହଂଚିବା ସ୍ଥାନ ରେ ଧର୍ମସଭା ର ଆୟୋଜନ ହେବ ବୋଲି ସିଦ୍ଧାନ୍ତ ହୋଇଛି ଓ ଏହି ସଭାରେ ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜି ଏନାମ ମହମ୍ମଦ , ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, ଏସଏମ ଫାରୁକ , ହାଜି କାସିମ ଖାନ , ମିର୍ଜା ଏକ୍ରାମ ବେଗ, ମାଷ୍ଟର ମୁସ୍ତାକ ଗୌହର , ଆଇନଜିବି ତାହେର ମହମ୍ମଦ , ଇଂ ମୁଖତାର ଅହେମଦ ରସିଦ , ମିଡ଼ିଆ ସେଲ ଶେଖ ଅନୱର (ବାବୁ), ଶେଖ ନସିମ ଅଖତର କାଦରୀ ଓ ସମସ୍ତ ବସ୍ତିର ସରଦାର ପ୍ରମୁଖ ଉପସ୍ଥିତ ରହିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ