ସମ୍ବଲପୁର, ୨୭ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭିନ୍ନ ଭିନ୍ନ ଢ଼ଙ୍ଗରେ ଅନୁଷ୍ଠିତ ହୋଇଛି। ସମ୍ବଲପୁର କୁଲୁଥକାନୀରେ ଛୋଟ ଛୋଟ ପିଲାମାନଙ୍କ ରଥଯାତ୍ରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଆସିଛି। ୨୦୧୪ ମସିହାରେ ଛୋଟ ପିଲାମାନେ ରଥଯାତ୍ରା ଦିନ ଜଗନ୍ନାଥ ଭଲଭଦ୍ର ଏବଂ ସୁଭଦ୍ରାଙ୍କୁ ଛୋଟିଆ ରଥରେ ବସାଇ ସାହିରେ ରଥଯାତ୍ରା ଆରମ୍ଭ କରିଥିଲେ। ପ୍ରତିବର୍ଷ ସେହି ପରମ୍ପରାକୁ ପିଲାମାନେ ଆଗକୁ ବଢ଼ାଇ ଚାଲିଛନ୍ତି। ଚଳିତ ବର୍ଷ ୧୨ ତମ ରେ ରଥଯାତ୍ରା ଆୟୋଜନ କରାଯାଇଛି। ଏହି ରଥଯାତ୍ରାରେ ସାଜସଜ୍ଜା ଠାରୁ ପୂଜାପାଠ ପର୍ଯ୍ୟନ୍ତ ସବୁକିଛି ପଡ଼ାର ପିଲାମାନେ କରିଥାଆନ୍ତି। ଏଥିରେ ରଥଯାତ୍ରାର ସମସ୍ତ ପରମ୍ପରାକୁ ପାଳନ କରାଯାଇଥାଏ। ଏପରିକି ପଡ଼ାର ଷୋହଳ ବର୍ଷିୟ ଶିବଶଙ୍କର ପଣ୍ଡା ସମସ୍ତ ପୂଜାନୀତି କରୁଥିବା ବେଲେ ଏଗାର ବର୍ଷର ଆୟାଂଶ ଯତି ଛେରାପହଁରା କରିଥିଲେ। ରଥଯାତ୍ରା ଆୟୋଜନ ରେ ପଡ଼ାର ପ୍ରତ୍ୟୁଷ କୁମାର ଭୋଇ, ଅନିରୁଦ୍ଧ ଦଲାଇ, ଆୟୁଷ ସ୍ୱାଇଁ, ଆଦ୍ୟାଶା ଯତି, ପ୍ରେରଣା ମୟୀ ପାଢୀ, ପ୍ରୟାସ ରଞ୍ଜନ ପାଢ଼ୀ, ଶ୍ରୟାଂସୀ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ