କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖାର ଜନ୍ମଦିନ ଅବସରରେ ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରମୋଦ କୁମାର ପ୍ରହରାଜ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଶାଖାର ମୁଖ୍ୟ ପରିଚାଳକ ବିଶ୍ୱଜିତ୍ ରାଉତରାୟ, ଡିବିଏମ୍ ସୁପ୍ରିୟା ମଲ୍ଲିକ, ଆର୍ଏମ୍ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଆୟୋଜିତ ଏହି ରକ୍ତଦାନ ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ୫୩ ୟୁନିଟ୍ରୁ ଅଧିକ ରକ୍ତଦାନ କରିଥିଲେ । ଶାଖାର ଜଗନ୍ନାଥ ପଣ୍ଡା, ରାମେଶ୍ୱର ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ