ପୋଲତଳକୁ ଖସିପଡିଲା ସିମେଂଟ ବୋଝେଇ ଟ୍ରକ୍
ଭଦ୍ରକ, ୨୭ ଜୁନ୍ (ହି.ସ.) - ଆଜି ୧୬ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ସିମେଂଟ ବୋଝେଇ ଟ୍ରକ୍ ପୋଲ ତଳକୁ ଖସିପଡିଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ସିମେଂଟ ବୋଝେଇ ଟ୍ରକ୍‌ର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାତି ୩.୧୫ ସମୟରେ ୧୬ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ପୋଲ ତ
CEMENT BOJHEI TRUCK ACCIDENT


ଭଦ୍ରକ, ୨୭ ଜୁନ୍ (ହି.ସ.) - ଆଜି ୧୬ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ସିମେଂଟ ବୋଝେଇ ଟ୍ରକ୍ ପୋଲ ତଳକୁ ଖସିପଡିଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ସିମେଂଟ ବୋଝେଇ ଟ୍ରକ୍‌ର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାତି ୩.୧୫ ସମୟରେ ୧୬ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ପୋଲ ତଳକୁ ଖସିପଡିଛି। ଯାହାଫଳରେ ଟ୍ରକ୍‌ରେ ଥିବା ସିମେଂଟ ଗୁଡିକ ପ୍ରାୟ ନଷ୍ଟହୋଇଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନଥିବାର ଜଣାପଡିଛି। ଟ୍ରକ୍‌ଟି ପୋଲ ତଳକୁ ଖସିପଡିବା ଫଳରେ କିଛିଘଂଟା ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande