କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ରଥ ଉଦ୍ଘାଟନ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂ, ସହକାରୀ ଶ୍ରମ ଅଧିକାରୀ ଆଶୁତୋଷ ପଟେଲ୍, ଜ୍ୟୋତିରଞ୍ଜନ ପରିଡା, ଡିଏସ୍ଡବ୍ୁଓ ମନୋରମା ସ୍ୱାଇଁ, ଏଲ୍ପିଓ ବିବେକାନନ୍ଦ ଅତବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ । ୧୪ ବର୍ଷରୁ କମ୍ ଶିଶୁ ଶ୍ରମିକଙ୍କୁ କୈାଣସି କାର୍ଯ୍ୟରେ ନିଯୁକ୍ତ ନ କରିବା ସଂପର୍କରେ ଏହି ରଥଟି ୧୫ ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ପୈାରାଂଚଳ ଓ ପଂଚାୟତ ଗୁଡିକ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବ । ଏଥିସହିତ ହୋଟେଲ୍ ମାଲିକ ଓ ଅନ୍ୟାନ୍ୟ କଳ କାରଖାନାରେ ନିୟୋଜିତ କରିଥିବା ମାଲିକମାନଙ୍କୁ ସଚେତନ କରାଇବା ସହିତ ଯଦି କୈାଣସି ଶିଶୁ ଶ୍ରମିକ କୈାଣସି ଅନୁଷ୍ଠାନରେ ନିୟୋଜନ ଥାଏ ତେବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି