ଜୟପୁର, ୨୭ ଜୁନ୍ (ହି.ସ.) - ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର କୋରାପୁଟ ଜିଲ୍ଲା ପରିଷଦ ବୈଠକ ଶ୍ରୀ ରାମକୃଷ୍ଣ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କୁ ଉଦ୍ଘାଟନ କରି ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ଆନ୍ତର୍ଜାତିୟ , ଜାତୀୟ ଓ ରାଜ୍ୟ ରାଜନୈତିକ ଘଟଣା ବଳୀ ଉପରେ ଆଲୋକପାତ କରି ବାମପନ୍ଥୀ ଗଣତାନ୍ତ୍ରିକ ଆନ୍ଦୋଳନ କୁ ମଜବୁତ୍ କରିବା ପାଇଁ ସିପିଆଇ କୁ ଶାଖା ସ୍ତରରୁ ଦୃଢ଼ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ସମ୍ପାଦକ ଶ୍ରୀ ଯୁଧିଷ୍ଠିର ରାଉଳ ରିପୋର୍ଟ ପ୍ରଦାନ କରିବା ପରେ ତା' ଉପରେ ଆଲୋଚନା ହୋଇଥିଲା । ସିପିଆଇ ର ପ୍ରତ୍ୟେକ ଶାଖାର ସଭ୍ୟ ନବୀକରଣ ହୁଏ ଏବଂ ନୂଆ ଶାଖା ଗଠନ ହୁଏ । ଆଗାମୀ ଜୁଲାଇ ମାସ ଭିତରେ ଶାଖା ଓ ଜୋନ୍ ସମ୍ମିଳନୀ ଶେଷ କରି ଅଗଷ୍ଟ ୭,୮ ଦୁଇଦିନ ଧରି ଜିଲ୍ଲା ସମ୍ମିଳନୀ ଜୟପୁର ଅନୁଷ୍ଠିତ କରିବା ପାଇଁ ସ୍ଥିର ହୋଇଛି । ବୈଠକ ରେ ଶ୍ରୀ ପ୍ରମୋଦ କୁମାର ମହାନ୍ତି,କୁମର ଜାନୀ, ବୈଦ୍ୟନାଥ ହରିଜନ, ବିଳିଭଦ୍ର ଭୋଇ , ସତ୍ୟବ୍ରତ ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି