ବିଶ୍ୱର ସର୍ବ ବୃହତ ରଥରେ ବସି ମାଉସୀ ମା ମନ୍ଦିରରେ ପହଂଚିଲେ ଶ୍ରୀ ବଳଦେବଜୀଉ
କେନ୍ଦୁଝର, ୨୭ ଜୁନ୍ (ହି.ସ.) - ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। ପୁରୀ ସହ ସମସ୍ତ ସ୍ଥାନରେ ରଥଯାତ୍ରା ପରି କେନ୍ଦୁଝର ଜିଲ୍ଲାରେ ମଧ୍ୟ ରଥଯାତ୍ରା ପାଳନ ହୋଇଛି। କେନ୍ଦୁଝରର ରାଷ୍ଟ୍ର ଦେବତା ହେଲେ ଶ୍ରୀ ଶ୍ରୀ ବଳଦେବଜୀଉ ହେଲେ ରଥର ନାଁ ନନ୍ଦିଘୋଷ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ କେନ୍ଦୁଝର
Kendujhar rathajatra


କେନ୍ଦୁଝର, ୨୭ ଜୁନ୍ (ହି.ସ.) - ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। ପୁରୀ ସହ ସମସ୍ତ ସ୍ଥାନରେ ରଥଯାତ୍ରା ପରି କେନ୍ଦୁଝର ଜିଲ୍ଲାରେ ମଧ୍ୟ ରଥଯାତ୍ରା ପାଳନ ହୋଇଛି। କେନ୍ଦୁଝରର ରାଷ୍ଟ୍ର ଦେବତା ହେଲେ ଶ୍ରୀ ଶ୍ରୀ ବଳଦେବଜୀଉ ହେଲେ ରଥର ନାଁ ନନ୍ଦିଘୋଷ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ କେନ୍ଦୁଝର ସହରର ପୁରୁଣା ସହର ଠାରେ ଗଡିଛି ବିଶ୍ୱର ସର୍ବ ବୃହତ ରଥ । ଏହି ରଥରେ ବିଜେ ହୋଇଥିଲେ ଠାକୁର ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ସହ , ଜଗତର ନାଥ ଜଗନ୍ନାଥ ଓ ଦେବୀ ଶୁଭଦ୍ରା ।

ଅତୀତରେ କେନ୍ଦୁଝର ଏକ ଗଡ଼ଜାତ ରାଜ୍ୟ ଥିଲା । ୧୬୬୧ ଖ୍ରୀଷ୍ଟାଦ୍ଧରେ ଏଠାରେ ବଡ ଦେଉଳ ନିର୍ମିତ ହୋଇ ବିଗ୍ରହ ମାନ ପ୍ରତିଷ୍ଠା ହେବା ପରେ ୧୬୭୧ ଠାରୁ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା । ସେବେ ଠାରୁ କେନ୍ଦୁଝର ରଥଯାତ୍ରା ର ଏକ ସ୍ୱତନ୍ତ୍ର ବୈଶିଷ୍ଟ ରହିଅଛି । କେନ୍ଦୁଝର ଜିଲ୍ଲାର ଶ୍ରୀ ଶ୍ରୀ ବଳଦେବଜୀଉ ରାଷ୍ଟ୍ର ଦେବତା ଭାବରେ ଆରାଧିତ ଓ ମନ୍ଦିରର ନାମ ମଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ହୋଇଥିବା ବେଳେ ରଥର ନାମ କିନ୍ତୁ ନନ୍ଦିଘୋଷ ରଥ । ପବିତ୍ର ରଥଯାତ୍ରାରେ ବଡ ଠାକୁର ଶ୍ରୀ ଶ୍ରୀ ବଳବେଦଳୀଉ ସାନ ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ବିଶାଳ ରଥରେ ରଥାରୂଢ଼ ହୋଇ ଗୁଣ୍ଡିଚା ଯାତ୍ରା କରିଛନ୍ତି । ସକାଳୁ ଯଥାରୀତିନୀତି ପରେ ଧାଡ଼ି ପହଣ୍ଡି ରେ ତିନି ଠାକୁର ରଥାରୂଢ଼ ହୋଇଥିଲେ। ପରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜ ଛେରା ପହଁରା କରିବା ପରେ ରଥଯାତ୍ରା ଆରମ୍ଭ ହୋଇଥିଲା। ରଥ ଡାହୁକ ନିର୍ଦ୍ଦେଶ ଅନୁସାରେ ଭକ୍ତମାନେ ରଥକୁ ଟାଣି ନେଇ ସନ୍ଧ୍ୟା ସୁଦ୍ଧା ମାଉସୀ ମା ମନ୍ଦିର ନିକଟରେ ପହଂଚାଇ ଥିଲେ। ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ମନ୍ଦିର ନିକଟରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡ ର ଲମ୍ବ ୫୪୫ ମିଟର ଓ ପାଖା ପାଖି ୨୮ ମିଟର ଓସାର ରହିଛି । ଏହି ରଥର ସ୍ୱତନ୍ତ୍ରତା ହେଲା ଏହାର ଉଚ୍ଚତା ହେଉଛି ୭୨ ଫୁଟ ଓ ଓସାର ୪୫ ଫୁଟ ଓ ଏହା ୧୬ ଟି ଚକା ବିଶିଷ୍ଟ । ଏ ବର୍ଷ ପ୍ରବଳ ଭିଡ ହେବାର ସମ୍ଭାବନାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande