କୁଞ୍ଜବନ ପୀଠ ପରିସରରେ ମେଗା ବୃକ୍ଷ ରୋପଣ ଅଭିଯାନ
ସମ୍ବଲପୁର, ୨୭ ଜୁନ୍‌(ହି.ସ.) – ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲାର ସରାପାଲି ପଂଚାୟତ ଅନ୍ତର୍ଗତ କତରାପାଲି ସ୍ଥିତ ପ୍ରସିଦ୍ଧ କୁଞ୍ଜବନ ମଠ ପରିସରରେ ମହାବିଷ୍ଣୁ ଯଜ୍ଞ କମିଟି ଓ କୁଞ୍ଜବନ ଉନ୍ନୟନ ମଂଚ ଆନୁକୁଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଛ ଏକ ଜୀବନ ଅନେକ ନାମ ର
କୁଞ୍ଜବନ ପୀଠ ପରିସରରେ ମେଗା ବୃକ୍ଷ ରୋପଣ ଅଭିଯାନ


କୁଞ୍ଜବନ ପୀଠ ପରିସରରେ ମେଗା ବୃକ୍ଷ ରୋପଣ ଅଭିଯାନ


ସମ୍ବଲପୁର, ୨୭ ଜୁନ୍‌(ହି.ସ.) – ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲାର ସରାପାଲି ପଂଚାୟତ ଅନ୍ତର୍ଗତ କତରାପାଲି ସ୍ଥିତ ପ୍ରସିଦ୍ଧ କୁଞ୍ଜବନ ମଠ ପରିସରରେ ମହାବିଷ୍ଣୁ ଯଜ୍ଞ କମିଟି ଓ କୁଞ୍ଜବନ ଉନ୍ନୟନ ମଂଚ ଆନୁକୁଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଛ ଏକ ଜୀବନ ଅନେକ ନାମ ରେ ଆୟୋଜିତ ହୋଇଥିବା ଏହି ଅଭିଯାନ ରେ ଆମ୍ବ, ପଣସ, ନିମ୍ବ, ପିଜୁଳି, ଜାମ୍ବୁ, ପିପ୍ପଳ,ବଉଳ, ବେଲ ଓ ଶାଗୁଆନ ପ୍ରଭୁତି କିସମର ୫ଶହ ଚାରା ଅଂଚଳର ଯୁବକ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା। ଏହି ଅବସର ରେ ଆୟୋଜିତ ଏକ ସଚେତନତା ସଭାରେ ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳର ବିଡିଓ କ୍ଷମାନିଧି ଭୋଇ, ତହସିଲଦାର ଅମରଜିତ ଡୁଙ୍ଗଡୁଙ୍ଗ, ଖଳାଶୁଣି ପ୍ରକଳ୍ପର ରେଞ୍ଜର ମହେନ୍ଦ୍ର ସାହୁ ଓ ନାକଟିଦେଉଳ ଜୁନିଅର୍ କଲେଜର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମାରୋହ ରେ ଯଜ୍ଞ କମିଟିର ସଭାପତି ବାଳମୁକୁନ୍ଦ ପ୍ରଧାନ, ସମ୍ପାଦକ ନିରାକାର ବିଶ୍ୱାଳ, ଅଶୋକ ସାହୁ, ସଞ୍ଜୟ ସାହୁ, ଶ୍ରୀପତି ସାହୁ, ଅଚ୍ୟୁତାନନ୍ଦ ପ୍ରଧାନ, ବି ଗଡ଼ତିଆ, ମହେଶ୍ୱର ପ୍ରଧାନ, ପ୍ରଦୀପ ବିଶ୍ୱାଳ ଓ ହଳଧର ସାହୁ ପ୍ରମୁଖ ସାହାଯ୍ୟ ତଥା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande