ଜୟପୁର,୨୭ ଜୁନ୍ (ହି.ସ.) - କାଙ୍କଡ ବାଡରେ କାଙ୍କଡ ତୋଳୁଥିବା ସମୟରେ ଆଜି ଜଣେ ମହିଳାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗଡପଦର ପଂଚାୟତ ଅନ୍ତର୍ଗତ ଏକଟାଗୁଡା ଗ୍ରାମର ବିଦ୍ୟୁତ ମଣ୍ତଳ କାଙ୍କଡ ଚାଷ ଜମିରେ ବିଦ୍ୟୁତ ସଂଯୋଗ କରିଥିଲେ। ଆଜି ସକାଳ ୯ଘଂଟା ସମୟରେ ତାଙ୍କ ସ୍ତ୍ରୀ ପ୍ରୀୟଙ୍କା ମଣ୍ଡଳ ବାଡକୁ କାଙ୍କଡ ଆଣିବାକୁ ଯାଇଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ଘଟଣା ସ୍ଥଳରେ ମହିଳା ଜଣକ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ବିଦ୍ୟୁତ ମଣ୍ଡଳ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ସଦରପୁଲିସ ଶବ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରି ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି