ସାଗରିକା ଓଜେଇଇରେ ରାଜ୍ୟରେ ପ୍ରଥମ
କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡ ଠାରେ ଥିବା ଆକାଶ ଫାର୍ମାସୀ କଲେଜ ର ୨୦୧୯-୨୧ ମସିହାର ଛାତ୍ରୀ ସାଗରିକା ଦାସ ଲାଟେରାଲ୍ ବି ଫାର୍ମ ଓଜେଇଇ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କୁମାରୀ ସାଗରିକା କେନ୍ଦ୍ରାପଡା ଆକାଶ ଫାର୍ମାସୀ କଲେଜର ଛ
ସାଗରିକା ଓଜେଇଇରେ ରାଜ୍ୟରେ ପ୍ରଥମ


କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡ ଠାରେ ଥିବା ଆକାଶ ଫାର୍ମାସୀ କଲେଜ ର ୨୦୧୯-୨୧ ମସିହାର ଛାତ୍ରୀ ସାଗରିକା ଦାସ ଲାଟେରାଲ୍ ବି ଫାର୍ମ ଓଜେଇଇ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କୁମାରୀ ସାଗରିକା କେନ୍ଦ୍ରାପଡା ଆକାଶ ଫାର୍ମାସୀ କଲେଜର ଛାତ୍ରୀ ଭାବେ ରାଜ୍ୟରେ ଓଜେଇଇରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏଥି ନିମନ୍ତେ ଫାର୍ମାସୀ କଲେଜର ପ୍ରିନ୍ସିପାଲ୍ ବ୍ୟାସଭୂଷଣ ଦାସ ଓ କଲେଜର ଚେୟାରମ୍ୟାନ୍ ଅକ୍ଷୟ କୁମାର ପତି, ସମ୍ପାଦକ ସ୍ୱାଗତ କୁମାର ପତି ଏବଂ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande