ପଂଜାବରେ ଗ୍ୟାଙ୍ଗଷ୍ଟର ଜଗ୍ଗୁ ଭଗବାନପୁରିଆର ମାଆ ଓ ସହଯୋଗୀକୁ ହତ୍ୟା
ଚଣ୍ଡିଗଡ, 27 ଜୁନ୍ (ହି.ସ.) -ପଞ୍ଜାବର ଗୁରଦାସପୁରରେ ଗତକାଲିରାତିରେ ସଶସ୍ତ୍ର ଯୁବକମାନେ ଗ୍ୟାଙ୍ଗଷ୍ଟର ଜଗ୍ଗୁ ଭଗବାନପୁରିଆର ମା ହରଜିତ କୌର ଏବଂ ତାର ସହଯୋଗୀ କରଣବୀର ସିଂହଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଏହି ହତ୍ୟାର ଦାୟିତ୍ୱ ବମ୍ବିହା ଗ୍ୟାଙ୍ଗ ନେଇଛି। କରଣବୀ
ପଂଜାବରେ ଗ୍ୟାଙ୍ଗଷ୍ଟର     ଜଗ୍ଗୁ ଭଗବାନପୁରିଆର ମାଆ ଓ ସହଯୋଗୀକୁ ହତ୍ୟା


ଚଣ୍ଡିଗଡ, 27 ଜୁନ୍ (ହି.ସ.)

-ପଞ୍ଜାବର

ଗୁରଦାସପୁରରେ ଗତକାଲିରାତିରେ ସଶସ୍ତ୍ର ଯୁବକମାନେ ଗ୍ୟାଙ୍ଗଷ୍ଟର ଜଗ୍ଗୁ ଭଗବାନପୁରିଆର ମା

ହରଜିତ କୌର ଏବଂ ତାର ସହଯୋଗୀ କରଣବୀର ସିଂହଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଏହି ହତ୍ୟାର

ଦାୟିତ୍ୱ ବମ୍ବିହା ଗ୍ୟାଙ୍ଗ ନେଇଛି। କରଣବୀରର ବାପା ପଞ୍ଜାବ ପୋଲିସରେ ଥାନେଦାର ଥିଲେ। ପୋଲିସ

ଏହି ହତ୍ୟାକାଣ୍ଡକୁ ଗ୍ୟାଙ୍ଗୱାର୍ ବୋଲି କହୁଛି । ଗତ କିଛି ଦିନ ତଳେ ଲୋରେନ୍ସ ବିଶ୍ନୋଇ ଓ

ଗୋଲ୍ଡି ବରାଡ଼ ଗ୍ରୁପ ମଧ୍ୟରେ ହୋଇଥିବା ବିବାଦ ପରେ ଏହା ପ୍ରଥମ ଗ୍ୟାଙ୍ଗଷ୍ଟର ହତ୍ୟାକାଣ୍ଡ ଅଟେ

ପୋଲିସ ଅନୁସାରେ, ହରଜିତ କୌର କିଛି କାମରେ କରଣବୀର ସିଂହଙ୍କ ସହିତ ଯାଉଥିଲେ। ତାଙ୍କ

ଗାଡ଼ି ଅର୍ବାନ୍ ଷ୍ଟେଟ୍‌ରେ କାଦିଆଁ ଚୁଙ୍ଗି ନିକଟରେ ପହଁଚିଥିବା ବେଳେ, ଆକ୍ରମଣକାରୀମାନେ ହଠାତ୍‌ ଭାବେ ଗୁଳିବର୍ଷା ଆରମ୍ଭ କରିଦେଇଥିଲେ।

ହରଜିତ କୌର ଓ କରଣବୀର ସିଂହଙ୍କ ସ୍ଥଳରେ ମୃତ୍ୟୁ ଘଟିଛି। ପୋଲିସ ଗୁରଦାସପୁର ଜିଲ୍ଲାକୁ ସିଲ୍‌

କରି ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଏହି ଘଟଣାର ଦାୟିତ୍ୱ ହରିୟାଣାର ଦୁଇ କୁଖ୍ୟାତ ଅପରାଧୀ – ପ୍ରଭୁ ଦାସୁୱାଲ ଓ କୌଶଲ୍‌ ଚୌଧୁରୀ – ସୋସିଆଲ ମିଡିଆରେ ନେଇଛନ୍ତି। ଦୁହେଁ ବମ୍ବିହା ଗ୍ୟାଙ୍ଗ ପାଇଁ କାମ

କରନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande