ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ : ଗଞ୍ଜାମର ୭ଟି ସ୍ଥାନ ସମେତ ପୁରୀରେ ଚଢ଼ଉ
ଗଞ୍ଜାମ, ୨୮ ଜୁନ୍ (ହି.ସ.)- ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ସୁଶିଲଙ୍କ ଅଙ୍କୁଲି ସ୍ଥିତ ବାସଭବନ ଓ ଗଞ୍ଜାମ ବ୍ଲକ ଅଫିସରେ ଚଢଉ ଚାଲିଛି । ଆୟ ବହିର୍ଭୁତ ସମ୍ପତି ଠୁଳ
ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡା


ଗଞ୍ଜାମ, ୨୮ ଜୁନ୍ (ହି.ସ.)- ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ସୁଶିଲଙ୍କ ଅଙ୍କୁଲି ସ୍ଥିତ ବାସଭବନ ଓ ଗଞ୍ଜାମ ବ୍ଲକ ଅଫିସରେ ଚଢଉ ଚାଲିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି । ଗଞ୍ଜାମର ୭ଟି ସ୍ଥାନ ସମେତ ପୁରୀରେ ଚଢ଼ଉ ଚାଲିଛି ।

ଏହି ଚଢ଼ଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ସୂଚନାନୁଯାୟୀ, ଭିଜିଲାନ୍ସ ଟିମ୍ ସୁଶିଲଙ୍କ ବ୍ରହ୍ମପୁର ରାମ ହରି ନଗରରେ ଥିବା ଏକ ତିନି ମହଲା ଘର, ଅଙ୍କୁଲିରେ ଏକ ଫ୍ଲାଟ୍ ଏବଂ ତାଙ୍କ ଭାଇଙ୍କ ନାମରେ ଥିବା ଫ୍ଲାଟ୍‌, କବିସୂର୍ଯ୍ୟନଗରରେ ଥିବା ପୈତୃକ ଘର, ପୁରୀ ଚୁଡ଼ଙ୍ଗ ସାହିରେ ଥିବା ଫ୍ଲାଟ୍‌, ପୁରୁଷୋତମପୁରରେ ଥିବା ଶ୍ୱଶୁର ଘର ଏବଂ ଗଞ୍ଜାମ ବ୍ଲକ ଅଫିସରେ ଚଢଉ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande