ଋତୁଶ୍ରାବ ସ୍ୱାସ୍ଥ୍ୟ ସ୍ୱଛତା ଉପରେ ସଚେତନତା କାର୍ଯ୍ୟକ୍ରମ
କନ୍ଧମାଳ, ୨୮ ଜୁନ୍ (ହି.ସ.)- ବାଲ ରକ୍ଷା ଭାରତ ସହଯୋଗରେ ଖଜୁରୀପଡା ଗ୍ରାମରେ ପ୍ରଗତି ୟୁଥ କାଉନସିଲ ଓ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସବିତା ମହାନ୍ତିଙ୍କ ସହଯୋଗରେ ଋତୁଶ୍ରାବ ସ୍ୱାସ୍ଥ୍ୟ ସ୍ୱଛତା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଯୁବତୀ ଓ ମହିଳାଙ୍କୁ ଋତୁ
ଫୋଟ


କନ୍ଧମାଳ, ୨୮ ଜୁନ୍ (ହି.ସ.)- ବାଲ ରକ୍ଷା ଭାରତ ସହଯୋଗରେ ଖଜୁରୀପଡା ଗ୍ରାମରେ ପ୍ରଗତି ୟୁଥ କାଉନସିଲ ଓ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସବିତା ମହାନ୍ତିଙ୍କ ସହଯୋଗରେ ଋତୁଶ୍ରାବ ସ୍ୱାସ୍ଥ୍ୟ ସ୍ୱଛତା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଯୁବତୀ ଓ ମହିଳାଙ୍କୁ ଋତୁଶ୍ରାବ ସମୟର ସ୍ୱଛତା, ପରିଚ୍ଛନ୍ନ ପ୍ରବୃତ୍ତି ଓ ସାନିଟେରୀ ପ୍ୟାଡ ବ୍ୟବହାର ସମ୍ପର୍କରେ ସଚେତନ କରିବା ସୋନମ ବେହେରା, ନିହାରିକା ମହାରଣା, ଅର୍ଚନା ଗଣ୍ଡା, ଚି଼ଙ୍କି ଗଣ୍ଡା, ଶିଖା ବେହେରା ଓ ବର୍ଷା ରାଣୀ ସାହୁ ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ସୂଚନାମୂଳକ ବାର୍ତ୍ତା, ଗୋଷ୍ଠୀ ଆଲୋଚନା ଓ ଉଦାହରଣ ମାଧ୍ୟମରେ କିଶୋରୀ ଓ ମହିଳାଙ୍କ ମଧ୍ୟରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ପ୍ରଚେଷ୍ଟା ମାଧ୍ୟମରେ ଗ୍ରାମର ଜନସାଧାରଣ ମଧ୍ୟରେ ଋତୁଶ୍ରାବ ବିଷୟରେ ଥିବା ଲଜ୍ଜା ଓ ଅନ୍ଧବିଶ୍ୱାସ ହ୍ରାସ ପାଇଛି। ଏକ ସ୍ୱାସ୍ଥ୍ୟପୂର୍ଣ୍ଣ ଓ ମାନସିକ ଭାବେ ସୁସ୍ଥ ସମାଜ ଗଠନ ପାଇଁ ଏହିପରି ଅଭିଯାନ ଦୃଢ଼ ପଦକ୍ଷେପ ଅଟୁଟ ରହିବା ଆବଶ୍ୟକ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande