ବଲାଙ୍ଗିର, ୨୮ ଜୁନ୍ (ହି.ସ.)- ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ସେବା ଶିବିର ବରପାଳିପଡ଼ା (ଭଗବତ ମନ୍ଦିର) ଠାରେ ଅନୁଷ୍ଠିତ ହେଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ଥାନୀୟ ଆଶା କର୍ମୀ,
ଓ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡାକ୍ତର ରାଜ୍ ନାରାୟଣ କୁଣ୍ଡା ଏବଂ ରାଜେନ୍ଦ୍ର ଯୁବକ ସଂଘ ର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଓ ଅନୁଶ୍ରୀ ମୁଖାର୍ଜୀ ଯୋଗ ଦେଇଥିଲେ।
ଏହି ସ୍ବାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଡିପିଏଚଓ ଦିବ୍ୟ କିଶୋର ପତି ଓ ଏପିଏମ ରାମାନୁଜ ପଣ୍ଡା ତଦାରଖ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରରେ ୯୦ ରୁ ଉର୍ଦ୍ଧ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ। ଉକ୍ତ ସ୍ବାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ