ଜୟପୁର, ୨୮ ଜୁନ୍ (ହି.ସ.)- ଜୟପୁର ସ୍ଥିତ ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ଠାରେ ଫୋଟ ପଦର୍ଶନି ଆଜି ଦିନ ଅନୁଷ୍ଠିତ ହୋଇଛି । ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଜୟନ୍ତୀ ଅବସରରେ ଏହି ଫୋଟ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଯୋଗ ଦେଇ ଉଦଘାଟନ କରିଥିଲେ । ଏଠାରେ ବିକ୍ରମ ଦେବ ବର୍ମାଙ୍କ ଐତିହାସିକ ଫୋଟ ପ୍ରଦର୍ଶନି ହୋଇଥିଲା । ଗବେଷକ ପରେଶ ରଥଙ୍କ ଦ୍ୱାରା ଶହେରୁ ଉର୍ଦ୍ଧ୍ଵଟି ଫୋଟ ପ୍ରଦର୍ଶିତ କରାଯାଇଥିଲା । ବିକ୍ରମ ଦେବ ବର୍ମା ତାଙ୍କ ପରିବାର, ରାଜ ମହଲ ଫଟୋ, ଜୟପୁର ରାଜ୍ୟର ଫୋଟ ଚିତ୍ର , ପ୍ରଦର୍ଶିତ ହୋଇଥିଲା । ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ, ହରିହର କରସୁଧା ପଟ୍ଟନାୟକ, ପରେଶ ରଥ ଉପସ୍ଥିତ ଥିଲେ । ଏହି ପଦର୍ଶନିକୁ ପୁରାତନ ଛାତ୍ର ଓ ବିଦ୍ୟାଳୟର କର୍ମଚାରି ମାନେ ସହଯୋଗ କରଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି